ଭୁବନେଶ୍ବର: ନିର୍ବାଚନ ଶେଷ ହେବା ସହ ରାଜ୍ୟରେ ସରକାର ଗଠନ ମଧ୍ୟ ସରିଛି । ଆଜି ବିଧାନସଭାରେ ବାଚସ୍ପତି ନିର୍ବାଚନ ହୋଇଥିବା ବେଳେ ଏଥିରେ ଶାସକ ଏବଂ ଅନ୍ୟ ଦଳର ବିଧାୟକ ଯୋଗ ଦେଇଛନ୍ତି। ଆଜି ଗୃହକାର୍ଯ୍ୟ ଆରମ୍ଭ ମାତ୍ରେ ଗୃହର ନେତା ନବୀନ ପଟ୍ଟନାୟକ ବାଚସ୍ପତି ପଦ ପାଇଁ ବରିଷ୍ଠ ନେତା ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ନାଁ ପ୍ରସ୍ତାବ ଦେଇଥିଲେ । ଏହାକୁ ସଂସଦୀୟ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସମର୍ଥନ କରିଥିଲେ । ପରେ ସର୍ବ ସମ୍ମତି କ୍ରମେ ସୂର୍ଯ୍ୟ ପାତ୍ର ବାଚସ୍ପତି ରୂପେ ନିର୍ବାଚିତ ହୋଇଥିଲେ ।
1990ରୁ ବିଧାୟକ ଭାବେ ନିର୍ବାଚିତ ହେଉଥିବା ସୂର୍ଯ୍ୟନାରାୟଣ 7 ଥର ବିଧାୟକ ହୋଇଥିବା ବେଳେ ଅନେକ ଥର ମନ୍ତ୍ରୀ ହୋଇଛନ୍ତି । ନବୀନ ପଟ୍ଟନାୟକଙ୍କ ଚତୁର୍ଥ ପାଳିରେ ମଧ୍ୟ ସେ ମନ୍ତ୍ରୀ ଥିଲେ। ବିଧାନସଭାର ଜଣେ ବରିଷ୍ଠ ସଦସ୍ୟ ଭାବେ ସେ ସମସ୍ତଙ୍କ ଦ୍ବାରା ଗୃହିତ ହୋଇଛନ୍ତି ସୂର୍ଯ୍ୟନାରାୟଣ ପାତ୍ର ।