ପୁରୀ: ଆସନ୍ତାକାଲି ମହାପ୍ରଭୁଙ୍କ ନବଯୌବନ ଦର୍ଶନ । ଏଥିପାଇଁ ପରିମାଣିକ ଦର୍ଶନାର୍ଥୀଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ପରିମାଣିକ ଦର୍ଶନାର୍ଥୀମାନେ ଅପରାହ୍ନ ସାଢ଼େ ୨ଟାରୁ ସାଢ଼େ ୩ଟା ପର୍ଯ୍ୟନ୍ତ ଦକ୍ଷିଣଦ୍ବାର ଦେଇ ମନ୍ଦିର ଭିତରକୁ ପ୍ରବେଶ କରିପାରିବେ ।
ଆସନ୍ତାକାଲି ମହାପ୍ରଭୁଙ୍କ ନବଯୌବନ ଦର୍ଶନ - puri
ଆସନ୍ତାକାଲି ଭକ୍ତଙ୍କୁ ନବଯୌବନ ବେଶରେ ଦର୍ଶନ ଦେବେ ମହାପ୍ରଭୁ । ଅଣସରରେ 15 ଦିନ ରହିବା ପରେ ମହାପ୍ରଭୁ ଯେଉଁ ଦିନ ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି ତାହାକୁ ନବଯୌବନ ଦର୍ଶନ କୁହାଯାଇଥାଏ । ଏଥିପାଇଁ ଶ୍ରୀମନ୍ଦିରରେ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଇଥିବା ଶ୍ରୀମନ୍ଦିର ପ୍ରଶାସନ ସୂଚନା ଦେଇଛନ୍ତି ।
![ଆସନ୍ତାକାଲି ମହାପ୍ରଭୁଙ୍କ ନବଯୌବନ ଦର୍ଶନ](https://etvbharatimages.akamaized.net/etvbharat/prod-images/768-512-3714677-thumbnail-3x2-srimandir.jpg)
ଫଟୋ ସୌଜନ୍ୟ :ସମ୍ବାଦଦାତା, ପୁରୀ
ଭିଡିଓ ସୌଜନ୍ୟ :ସମ୍ବାଦଦାତା, ପୁରୀ
ସେହିଭଳି ଅପରାହ୍ନ ସାଢ଼େ ୩ଟାରୁ ଶ୍ରୀଜିଉଙ୍କ ସାହାଣମେଳା ଦର୍ଶନ ଆରମ୍ଭ ହେବ । ସାଢେ 3ଟାରୁ ରୁ ସାଢେ 4ଟା ମଧ୍ୟରେ ଭକ୍ତମାନେ ସିଂହଦ୍ବାର ଦେଇ ମନ୍ଦିର ପ୍ରବେଶ କରିବେ ବୋଲି ଶ୍ରୀମନ୍ଦିର ପ୍ରଶାସନ ସୂଚନା ଦେଇଛନ୍ତି । ଆସନ୍ତାକାଲି ସକାଳ 9ଟାରେ ମହାପ୍ରଭୁଙ୍କ ଖଡ଼ି ପ୍ରସାଦ ବିଜେ ନୀତି ଅନୁଷ୍ଠିତ ହେବ । ପରେ ଦିନ 9 ଟାରୁ ଅପରାହ୍ନ 12ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ବନକ ଲାଗି ନୀତି ଅନୁଷ୍ଠିତ ହେବ । ଏଥିପାଇଁ ସାଧାରଣ ଦର୍ଶନ ବନ୍ଦ ରହିବ ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ