ଭୁବନେଶ୍ବର: ଗତ ଦୁଇଦିନ ତଳେ ଦେଶମାତୃକାର ସେବା କରୁଥିବା ବେଳେ ନିଜ ସର୍ବଶ୍ରେଷ୍ଠ ବଳିଦାନ ଦେଇଥିବା ବୀର ଓଡିଆ ଯବାନ ସୁଜିତ ସାହୁଙ୍କ ମୃତ ପାର୍ଥିବ ଶରୀର ଆସନ୍ତାକାଲି ଭୁବନେଶ୍ବରରେ ପହଞ୍ଚିବ । ଆଜି ଏ ସଂର୍ପକରେ ଢେଙ୍କାନାଳ ଜରୁରୀକାଳୀନ ଅଧିକାରୀ ସୂଚନା ଦେଇଛନ୍ତି ।
କାଲି ଢେଙ୍କାନାଳରେ ପହଞ୍ଚିବ ଶହୀଦ ଅଜିତ ସାହୁଙ୍କ ପାର୍ଥିବ ଶରୀର - DHENKANAL DIST ADMN
ଗୁରୁବାର ଜନ୍ମମାଟିରେ ପହଞ୍ଚିବ ବୀର ସହିଦ ଅଜିତ ସାହୁଙ୍କ ପାର୍ଥିବ ଶରୀର । ଅଜିତ ସାହୁ ପୁଲୱାମାରେ IED ବିସ୍ଫୋରଣରେ ଶହୀଦ ହୋଇଛନ୍ତି ।

ଫାଇଲ ଫଟୋ
ସୂଚନାଯୋଗ୍ୟ ଯେ ଗତ ଦୁଇଦିନ ତଳେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବଡ଼ସୁଆଁଳ ଗାଁର ଅଜିତ ସାହୁ ପୁଲୱାମାରେ IED ବିସ୍ଫୋରଣରେ ଶହୀଦ ହୋଇଛନ୍ତି । ତେବେ ବିମାନରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମରଶରୀର ଆସିବାରେ ବିଳମ୍ବ ହେଉଛି ବୋଲି ଜଣାପଡିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ