ଭୁବନେଶ୍ୱର: ଭାରତ ଗସ୍ତରେ ପାକିସ୍ତାନରେ ବସବାସ କରୁଥିବା ହିନ୍ଦୁ ଧର୍ମାବଲମ୍ବୀଙ୍କ 80 ଜଣିଆ ଏକ ଟିମ । ଏହି ଗସ୍ତ ସମୟରେ ସେମାନେ ଦେଶର ବିଭିନ୍ନ ହିନ୍ଦୁ ତୀର୍ଥସ୍ଥାନ ଭ୍ରମଣ କରିବା ସହିତ ମହାପ୍ରଭୁ ଜଗନ୍ନାଥ ଏବଂ ଲିଙ୍ଗରାଜଙ୍କ ଦର୍ଶନ କରିଛନ୍ତି । ଏଥିସହିତ ରାଜ୍ୟର ବିଭିନ୍ନ ମଠ ଓ ମନ୍ଦିର ବୁଲି ହିନ୍ଦୁ ସନାତନ ଧର୍ମ ବିଷୟରେ ଜାଣିବାକୁ ଆଗ୍ରହ ପ୍ରକାଶ କରିଥିଲେ ।
ରବିବାର ଠାରୁ ରାଜ୍ୟକୁ ଆସିଥିବା ଏହି ପ୍ରତିନିଧିମଣ୍ଡଳୀଙ୍କୁ ଓଡ଼ିଶାର ସବୁପ୍ରକାର ଆତିଥ୍ୟତା ପ୍ରଦାନ କରାଯିବା ସହିତ ସେମାନଙ୍କୁ ଆଜି ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଓଡିଶା ଇଣ୍ଟରନ୍ୟାସନାଲ ସେଣ୍ଟର ଓ ଓଁକାର ନାଥ ମିଶନ ପକ୍ଷରୁ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ତଥାଗତ ଶତପଥୀ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ସେମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଏହି ଅବସରରେ ପ୍ରତିନିଧି ମଣ୍ଡଳର ସଦସ୍ୟମାନେ ଭାରତରେ ବୁଲିବାକୁ ଆସି ବେଶ ଗର୍ବ ଅନୁଭବ କରୁଥିବା କହିଛନ୍ତି । ତେବେ ଭାରତରେ ମିଳୁଥିବା ସ୍ବାଧୀନତା ପାକିସ୍ତାନରେ ମିଳୁନଥିବାରୁ ଏଠାରେ ସ୍ଥାୟୀ ବାସିନ୍ଦା ହେବାକୁ ଇଚ୍ଛା ଜାହିର କରିଛନ୍ତି ଟିମ୍ ।