ଓଡିଶା

odisha

ETV Bharat / briefs

ବଢିଚାଲିଛି ପଶ୍ଚିମବଙ୍ଗ ହିସାଂ; ପୁଣି 3ମୃତ

ଚରମ ସୀମାରେ ପଶ୍ଚିମବଙ୍ଗ ରାଜନୀତି । ପ୍ରତିଦିନ ହିଂସାରେ ଯାଇଛି ନୀରିହ ଲୋକଙ୍କ ଜୀବନ । ଗତରାତିରେ ବୋମାମାଡରେ ପୁଣି 3ଜଣ ମୃତ୍ୟୁ ଘଟିଛି ।

By

Published : Jun 15, 2019, 2:58 PM IST

ଫଟୋ ସୌଜନ୍ୟ: ଏଏନଆଇ

ପଶ୍ଚିମବଙ୍ଗ: ଶେଷ ହେବାର ନା ଧରୁନାହିଁ ପଶ୍ଚିମବଙ୍ଗ ରାଜନୈତିକ ହିଂସା । ଶାସକ ଟିଏମସି ବିଜେପି ମଧ୍ୟରେ ଖଣ୍ଡଯୁଦ୍ଧ ଚାଲିଥିବା ବେଳେ ପୁଣି ଡାକ୍ତରଙ୍କ ଆନ୍ଦୋଳନକୁ ଏବେ ପଶ୍ଚିମବଙ୍ଗ ରାଜନୀତିକୁ ଆହୁରି ସରଗରମ ରଖିଥିବା ବେଳେ ଗତକାଲି ରାତିରେ ପୁଣି ଘଟିଛି ବୋମା ମାଡ ।


ମୁର୍ଶିଦାବାଦରେ ତୃଣମୂଳ କଂଗ୍ରେସ କର୍ଯ୍ୟକର୍ତ୍ତାଙ୍କ ଘରକୁ ଗତରାତିରେ ତହାକୁ ତୁହା ବୋମାମାଡ ସହ ଗୁଳି ବର୍ଷା ହୋଇଛି । ଫଳରେ ତିନି ଜଣଙ୍କ ମୃତ୍ୟୁ ଘଟିବା ସହ କିଛି ଆହତ ହୋଇଛନ୍ତି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ଦେଖାଯାଇଛି ।

ମୁର୍ଶିଦାବାଦ ଜିଲ୍ଲା ଟିଏମସି ସଭାପତିଙ୍କ କହିବା ଅନୁସାରେ ସମସ୍ତ ମୃତ ବ୍ୟକ୍ତି ଟିଏମସି କାର୍ଯ୍ୟକର୍ତାଙ୍କ ସଂପର୍କୀୟ ଅଟନ୍ତି । ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତ ଦୁଇ ଜଣ ହେଉଛନ୍ତି ଖେରୁଦ୍ଦିନ ଶେଖ ଓ ଶୋହେଲ ରାଣା ।

ABOUT THE AUTHOR

...view details