ଓଡିଶା

odisha

ETV Bharat / briefs

ତୀର୍ଥଯାତ୍ରୀଙ୍କ କୋରୋନା ପରୀକ୍ଷା କରିବ ତିରୁପତି ମନ୍ଦିର - ଭେଙ୍କଟେଶ୍ୱରଙ୍କ ପାହାଡ଼ୀ ମନ୍ଦିର

ଆନ୍ଧ୍ରପ୍ରଦେଶର ତିରୁପତିଙ୍କ ତିରୁମାଲା ପାହାଡ ଉପରେ ପ୍ରଭୁ ଭେଙ୍କଟେଶ୍ୱରଙ୍କ ପାହାଡ଼ୀ ମନ୍ଦିରକୁ ପରିଚାଳନା କରୁଥିବା ତିରୁମାଲା ତିରୁପତି ଦେବସ୍ଥାନମ୍ ଘୋଷଣା କରିଛନ୍ତି ଯେ ମନ୍ଦିର ପରିଦର୍ଶନ କରୁଥିବା ସମସ୍ତ ଭକ୍ତଙ୍କ ପାଇଁ କୋଭିଡ୍ -19 ପରୀକ୍ଷା ଜାରି ରହିବ । ଅଧିକ ପଢନ୍ତୁ...

ତୀର୍ଥଯାତ୍ରୀଙ୍କ କୋରୋନା ପରୀକ୍ଷା କରିବ ତିରୁପତି ମନ୍ଦିର
ତୀର୍ଥଯାତ୍ରୀଙ୍କ କୋରୋନା ପରୀକ୍ଷା କରିବ ତିରୁପତି ମନ୍ଦିର

By

Published : Jun 30, 2020, 5:19 PM IST

ଅମରାବତୀ: ଏବେ ତୀର୍ଥଯାତ୍ରୀ, କର୍ମଚାରୀଙ୍କ କୋରୋନା ପରୀକ୍ଷା କରିବ ତିରୁପତି ମନ୍ଦିର । ଆନ୍ଧ୍ରପ୍ରଦେଶର ତିରୁପତିଙ୍କ ତିରୁମାଲା ପାହାଡ ଉପରେ ପ୍ରଭୁ ଭେଙ୍କଟେଶ୍ୱରଙ୍କ ପାହାଡ଼ୀ ମନ୍ଦିରକୁ ପରିଚାଳନା କରୁଥିବା ତିରୁମାଲା ତିରୁପତି ଦେବସ୍ଥାନମ୍ ଘୋଷଣା କରିଛନ୍ତି ଯେ ମନ୍ଦିର ପରିଦର୍ଶନ କରୁଥିବା ସମସ୍ତ ଭକ୍ତଙ୍କ ପାଇଁ କୋଭିଡ୍ -19 ପରୀକ୍ଷା ଜାରି ରହିବ।

ସୋମବାର ଏକ ଉଚ୍ଚ ସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା ଯେଉଁଠାରେ ଟ୍ରଷ୍ଟ ବୋର୍ଡ ଏବଂ ଚିତ୍ତୋର ଜିଲ୍ଲା ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ। ତେବେ ସମୀକ୍ଷା ବୈଠକ ପରେ ତିରୁମାଲାର ବିଭିନ୍ନ ସ୍ଥାନରେ ପ୍ରତିଦିନ ସର୍ବନିମ୍ନ 100 କର୍ମଚାରୀଙ୍କୁ ମନ୍ଦିର ଟ୍ରଷ୍ଟ ପକ୍ଷରୁ ପରୀକ୍ଷା କରାଯିବ ବୋଲି ଟିଟିଡି କାର୍ଯ୍ୟନିର୍ବାହୀ ଅଧିକାରୀ ଅନିଲ କୁମାର ସିଙ୍ଗଲା କହିଛନ୍ତି । 24 ଘଣ୍ଟା ମଧ୍ୟରେ ରିପୋର୍ଟ ପ୍ରଦାନ କରିବାକୁ EO କଲେକ୍ଟରଙ୍କୁ କହିଛନ୍ତି ।

ତିରୁମାଲାରେ କାର୍ଯ୍ୟ କରୁଥିବା ସମସ୍ତ ଟିଟିଡି କର୍ମଚାରୀଙ୍କୁ ମଧ୍ୟ ଡ୍ୟୁଟି କ୍ଷେତ୍ର ସ୍ଥାନାନ୍ତର ନକରି ଗୋଟିଏ ସ୍ଥାନରେ ଗୋଟିଏ ସପ୍ତାହ କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏପରିକି କର୍ମଚାରୀଙ୍କ ସୁବିଧା ପାଇଁ ଟିଟିଡି କେନ୍ଦ୍ରୀୟ ଡାକ୍ତରଖାନାରେ ଅତିରିକ୍ତ ଭେଣ୍ଟିଲେଟର ଯୋଗାଇବାକୁ TTD ପି ବସନ୍ତ କୁମାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ABOUT THE AUTHOR

...view details