ନୂଆଦିଲ୍ଲୀ: ଭାରତ ସମେତ ସାରା ବିଶ୍ବ ଆଜି ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରିଛି । କେନ୍ଦ୍ର ସରକାରଙ୍କ ସମତେ ରାଜ୍ୟ ସରକାର ମଧ୍ୟ ବିଭିନ୍ନ ଯୋଗ କାର୍ଯ୍ୟକ୍ରମରେ ଭାଗ ନେଉଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଞ୍ଚିରେ 30 ହଜାର ଲୋକଙ୍କ ସହ ଯୋଗ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ତେବେ ଏହି ଯୋଗ ଖାଲି ଯେ ବାସ୍ତବ ଜୀବନରେ ସୀମିତ ହୋଇ ରହିନାହିଁ ଲୋକମାନେ ସୋସିଆଲ ମିଡିଆରେ ମଧ୍ୟ ଯୋଗର ପ୍ରଦର୍ଶନ କରିଛନ୍ତି ।
ଟିକଟକ୍ ୟୁଜର୍ସ କେମିତି ପାଳିଲେ ଅନ୍ତର୍ଜାତୀୟ ଯୋଗ ଦିବସ, ଦେଖନ୍ତୁ ଭିଡିଓ
ଭିନ୍ନ ଭିନ୍ନ ଶୈଳୀରେ ଯୋଗ କରି ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରୁଛନ୍ତି ଟିକଟକ୍ ୟୁଜର୍ସ।
ଫାଇଲ ଫଟୋ
ଆଜି ଯୋଗ ଦିବସ ଅବସରରେ ଲୋକମାନେ ବିଭିନ୍ନ ଶୈଳୀରେ ଯୋଗ କରୁଥିବାର ଫଟୋ ପୋଷ୍ଟ କରିଛନ୍ତି । ସେହିପରି ଟିକଟକ୍ ୟୁଜର୍ସ ମଧ୍ୟ ଅନ୍ତର୍ଜାତୀୟ ଯୋଗ ଦିବସରେ ଭାଗ ନେଇଛନ୍ତି । ଭିନ୍ନ ଭିନ୍ନ ଶୈଳୀରେ ଯୋଗ କରି ଏହାର ଭିଡିଓ ଟିକଟକରେ ପୋଷ୍ଟ କରୁଛନ୍ତି ।
ସୂଚନାନୁସାରେ, ଆଜି ବିଶ୍ବ ପଞ୍ଚମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରୁଥିବାବେଳେ ଏହାର ଥିମ ରହିଥିଲା 'କ୍ଲାଇମେଟ୍ ଆକ୍ସନ' ।