ଓଡିଶା

odisha

ETV Bharat / briefs

କାଳବୈଶାଖୀର ପ୍ରଭାବ: ଉପୁଡିଲା ଗଛ, ଭାଙ୍ଗିଲା ଘର - କୁଆପଥର

କାଳ ବୈଶାଖୀର ପ୍ରଭାବରେ ଅନେକ ସ୍ଥାନରେ କ୍ଷୟକ୍ଷତି । ବର୍ଷା ପବନରେ ବହୁ ଅଞ୍ଚଳରେ ଚାଳ ଛପର ଘର ଭାଙ୍ଗିବା ସହ ବଡବଡ ଗଛ ଉପୁଡି ପଡିଥିବାର ଜଣାପଡିଛି ।

ଫଟୋ ସୌଜନ୍ଯ: ସମ୍ବାଦଦାତା, କେନ୍ଦୁଝର

By

Published : May 28, 2019, 7:46 PM IST

କେନ୍ଦୁଝର: ଘଡଘଡି ସାଙ୍ଗକୁ କୁଆପଥର ବର୍ଷା । ମଙ୍ଗଳବାର ଅପରାହ୍ନରେ କେନ୍ଦୁଝରରେ କାଳ ବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି । ତେବେ ଝଡ ପବନରେ ଅନେକ ସ୍ଥାନରେ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି ।

ଭିଡିଓ ସୌଜନ୍ଯ: ସମ୍ବାଦଦାତା, କେନ୍ଦୁଝର

ଏହା ମଧ୍ୟ ପଢନ୍ତୁ:ଲକ୍ଷେ ଟଙ୍କା ପାଇଁ ସ୍ତ୍ରୀକୁ ବିକିଲା ସ୍ବାମୀ

କାଳ ବୈଶାଖୀର ପ୍ରଭାବରେ ପ୍ରବଳ ବେଗରେ ପବନ ବହିବା ସହ 2 ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଧରି ପ୍ରବଳ ବର୍ଷା ହୋଇଛି । ପବନର ବେଗ 60 କିମିରୁ ଊର୍ଦ୍ଧ୍ବ ଥିଲା । ଏଥିସହ ପ୍ରବଳ କୁଆପଥର ବର୍ଷା ମଧ୍ୟ ହୋଇଛି । ତେବେ ବର୍ଷା ପବନରେ ବହୁ ଅଞ୍ଚଳରେ ଚାଳ ଛପର ଘର ଭାଙ୍ଗିବା ସହ ବଡବଡ ଗଛ ଉପୁଡି ପଡିଥିବାର ଜଣାପଡିଛି । ଏହି କାଳ ବୈଶାଖୀରେ ଦୁଇ ଜଣ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details