ରାଉରକେଲା: କୋଭିଡ 19 ପରିଚାଳନାରେ ତ୍ରୁଟି । ଏକ ମର ଶରୀର ଶୋଭାଯାତ୍ରାରେ ହଜାର ହଜାର ଲୋକ ବିନା ମାସ୍କରେ ଏକାଠି ହେବା ଘଟଣା ପ୍ରଶାସନର ଚିନ୍ତା ବଢ଼ାଇ ଦେଇଛି । ଏଭଳି ଘଟଣା ଗତ ଆଠ ତାରିଖରେ ରାଉରକେଲା ସହରରେ ଦେଖିବାକୁ ମିଳିଥିଲା । ତେବେ କୋରୋନାକୁ ଦୃଷ୍ଟିରେ ରଖି ଯେଉଁଠି ସରକାର 5ରୁ 10 ଜଣଙ୍କ ମଧ୍ୟରେ ଅନ୍ତିମ ସଂସ୍କାର ପାଇଁ ନିୟମ କରିଛନ୍ତି, ସେଠାର ହଜାର ହଜାର ଲୋକଙ୍କ ସମାଗମ ପ୍ରଶାସନ ପାଇଁ ଏକ ମୁଣ୍ଡବ୍ୟାଥର କାରଣ ପାଲିଟିଛି ।
କୋଭିଡ 19 ଗାଇଡ଼ ଲାଇନ୍ସ ମାନି ଏବଂ ଏ ବାବଦରେ ଥିବା କଟକଣାକୁ ପାଳନ ଲାଗି ପାନପୋଷ ଉପଜିଲ୍ଲାପାଳ ବିଶ୍ୱଜିତ ମହାପାତ୍ର ରାଉରକେଲାବାସୀଙ୍କୁ ନିବେଦନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଏକ ସମନ୍ବୟ ବୈଠକ ITDA ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ସହରର ବିଭିନ୍ନ ମସଜିଦ କମିଟିର ସଦସ୍ୟମାନେ ଯୋଗଦେଇ କୋଭିଡ 19 ପରିଚାଳନାରେ ଉପୁଜିଥିବା ବିଶୃଙ୍ଖଳା ବାବଦରେ ଆଲୋଚନା କରିଥିଲେ । ଭବିଷ୍ୟତରେ ଏପରି ତୃଟି ଆଉ ହେବନାହିଁ ବୋଲି ଉପସ୍ଥିତ ସଦସ୍ୟମାନେ ଉପଜିଲ୍ଲାପାଳଙ୍କୁ ପ୍ରତିଶୃତି ଦେଇଛନ୍ତି ।