ହାଇଦ୍ରାବାଦ: ସୋମବାର କଙ୍ଗନା ରଣାୱତ ନିଜ ଘର ମନାଲୀ ଅଭିମୁଖେ ଯାତ୍ରା କରିଛନ୍ତି । ଏ ଅବସରରେ ସେ ମହାରାଷ୍ଟ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଏହାସହ କଙ୍ଗନାକୁ ଦୁର୍ବଳ ମହିଳା ଭାବିବା ନେଇ ମହାରାଷ୍ଟ୍ର ସରକାର ଭୁଲ କରିଛନ୍ତି ।
ସେ ଟ୍ବିଟ କରି ଲେଖିଛନ୍ତି, ‘ ଯେବେ ରକ୍ଷକ ହିଁ ଭକ୍ଷକ ହିଁ ହେବ, କୁମ୍ଭୀର ହୋଇ ଗଣତନ୍ତ୍ରର ବଳାତ୍କାର କରିବେ, ମତେ ଦୁର୍ବଳ ଭାବି ବହୁତ ବଡ ଭୁଲ କରିଦେଇଛ । ଜଣେ ମହିଳାକୁ ଡରେଇ, ନିଜ ପ୍ରତିଛବିରେ ଢୋଲ ପିଟିବା ବନ୍ଦ କର’। ସେ ଆହୁରି ମଧ୍ୟ ଲେଖିଥିଲେ ଯେ, ‘ମୁମ୍ବାଇ ଛାଡୁଛି କିନ୍ତୁ ଯେଉଁଭଳି ଭାବେ ମୋତେ ଆତଙ୍କିତ କରାଗଲା । ମୋ କର୍ମକ୍ଷେତ୍ରକୁ ଭାଙ୍ଗି ଦିଆଗଲା । ମୋ ଚାରିପାଖରେ ଘାତକ ଅସ୍ତ୍ରଶସ୍ତ୍ର ସହିତ ସୁରକ୍ଷା ସତର୍କତା ନିଶ୍ଚୟ କହିବ ଯେ POK ବିଷୟରେ ମୋ ଧାରଣା ଠିକ୍ ଥିଲା ’।