ମାଲକାନାଗିରି: ଆତଙ୍କ ଖେଳାଇଥିବା କୁମ୍ଭୀରକୁ ଧରିଲେ ଗ୍ରାମବାସୀ । ଗତ ଶନିବାର ଦିନ ଚିତ୍ରକୋଣ୍ଡା ଜଳଭଣ୍ଡାରରେ ଏକ କୁମ୍ଭୀର ୧୦ ବର୍ଷର ବାଳକକୁ ଗଭୀର ଜଳକୁ ଟାଣି ନେଇଥିଲା, ଯାହା ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ତାର ଏକ ସପ୍ତାହ ନପୁରୁଣୁ ଠିକ୍ ଏହାର ବିପରୀତ ଘଟଣା ଦେଖିବାକୁ ମିଳିଛି ସୀମାନ୍ତ ପଡିଆ ବ୍ଲକରେ । କୁମ୍ଭୀର ମଣିଷକୁ ମାରି ଦେବା ଭୟ ରହିଥିବା ବେଳେ ଏବେ କୁମ୍ଭୀରକୁ କାବୁ କରିଛି ମଣିଷ, ଯାହା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲିଟିଛି ।
ଆତଙ୍କ ଖେଳାଇଥିବା କୁମ୍ଭୀରକୁ କାବୁ କଲେ ଗ୍ରାମବାସୀ - ମାଲକାନାଗିରି
ଆତଙ୍କ ଖେଳାଇଥିବା କୁମ୍ଭୀରକୁ ଧରିଲେ ଗ୍ରାମବାସୀ । ତଟବର୍ତ୍ତୀ ଶାବେରୀ ନଦୀରୁ ଅଞ୍ଚଳବାସୀ ପ୍ରାୟ ୧୦ ଫୁଟ ଲମ୍ବର ଏହି ବିଶାଳକାୟ କୁମ୍ଭୀରକୁ ଉଦ୍ଧାର କରିଥିବା ଘଟଣା ଏବେ ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଅଧିକ ପଢନ୍ତୁ...
ଆତଙ୍କ ଖେଳାଇଥିବା କୁମ୍ଭୀରକୁ କାବୁ ଗ୍ରାମବାସୀ
ଘଟଣାଟି ଓଡିଶା ସୀମାବର୍ତ୍ତୀ ପଡିଆ ବ୍ଳକର କାଲଦାପଲ୍ଲୀ ଅଞ୍ଚଳର । ତଟବର୍ତ୍ତୀ ଶାବେରୀ ନଦୀରୁ ଅଞ୍ଚଳବାସୀ ପ୍ରାୟ ୧୦ ଫୁଟ ଲମ୍ବର ଏହି ବିଶାଳକାୟ କୁମ୍ଭୀରକୁ ଉଦ୍ଧାର କରି ଆଣିବା ସହ ଏକ ତେନ୍ତୁଳି ଗଛଡ଼ାଳରେ ବାନ୍ଧି ରଖିଥିଲେ। ପରେ ଏହି ବିରାଟକାୟ କୁମ୍ଭୀରକୁ ଦେଖିବାକୁ ଲୋକଙ୍କ ଭିଡ ଜମିଥିଲା ।
ମାଲକାନାଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ