ଓଡିଶା

odisha

ETV Bharat / briefs

ଶିକ୍ଷା ବ୍ୟବସ୍ଥା ସୁଧାରୁଛନ୍ତି ସମୀର, ଶୁକ୍ରବାର ପ୍ୟାରେଣ୍ଟସ ମିଟିଂ - parents meeting

ଛାତ୍ରଛାତ୍ରୀ ମାନଙ୍କର ପାଇଁ ଉଚିତ ପଦକ୍ଷେପ ନେବା ସହ ସେମାନଙ୍କ ଭବିଷ୍ୟତକୁ କିପରି ଉଜ୍ବଳ କରିହେବ ସେନେଇ ଆସନ୍ତାକାଲି ରାଜ୍ୟର ସମସ୍ତ ସ୍କୁଲରେ ଅନୁଷ୍ଠିତ ହେବ ଶିକ୍ଷକ ଓ ଅଭିଭାବକଙ୍କ ବୈଠକ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

By

Published : Jun 27, 2019, 4:56 PM IST

ଭୁବନେଶ୍ବର: ଶୁକ୍ରବାର ରାଜ୍ୟର ସମସ୍ତ ବିଦ୍ୟାଳୟରେ ଅନୁଷ୍ଠିତ ହେବ ଶିକ୍ଷକ ଓ ଅଭିଭାବକଙ୍କ ବୈଠକ । ଯେଉଁଥିରେ ଶିକ୍ଷା ଅଧିକାରୀ ମାନଙ୍କ ଉପସ୍ଥିତିରେ ଶିକ୍ଷକ ଓ ଛାତ୍ରଛାତ୍ରୀ ମାନଙ୍କ ଅଭିଭାବକଙ୍କ ସହିତ ବିଭିନ୍ନ ବିଷୟରେ ଆଲୋଚନା କରାଯିବ । ତେଣୁ ଏଥିରେ ବହୁ ସଂଖ୍ୟାରେ ଅଭିଭାବକମାନେ ଯୋଗ ଦେଇ ସେମାନଙ୍କ ମତାମତ ଦେବାକୁ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ପ୍ରକାଶ କରିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ସେ ଆହୁରି କହିଛନ୍ତିଯେ, ପ୍ରଥମଥର ପାଇଁ ଏପରି ବୈଠକ ଉଭୟ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ମାନଙ୍କରେ ଅନୁଷ୍ଠିତ ହେବାକୁ ଯାଉଛି । ତେବେ ସରକାରୀ ଶିକ୍ଷାନୁଷ୍ଠାନ ମାନଙ୍କରେ ଅନେକ ଅବ୍ୟବସ୍ଥା ଲୋକଲୋଚନକୁ ଆସୁଥିବା ବେଳେ ସରକାରୀ ବିଦ୍ୟାଳୟରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ଅଭିଭାବକ ମାନେ ଅନୁଷ୍ଠିତ ବୈଠକରେ ଖୁବ କମ ଅଂଶ ଗ୍ରହଣ କରିଥାନ୍ତି । ତେଣୁ ଆସନ୍ତାକାଲିର ବୈଠକରେ ସରକାରୀ ଶିକ୍ଷାନୁଷ୍ଠାନର ଅଭିଭାବକମାନେ ଅଧିକ ଭାବେ ଯୋଗ ଦେଇ ସେମାନଙ୍କ ମତ ରଖିବାକୁ ସେ କହିଛନ୍ତି ।

କାରଣ ଛାତ୍ର, ଶିକ୍ଷକ ଓ ଅଭିବାବକଙ୍କ ଯୋଗଦାନ ଉପରେ ଅନୁଷ୍ଠାନର ଉନ୍ନତି ନିର୍ଭର କରେ । ତେଣୁ ଅନୁଷ୍ଠାନରେ ରହୁଥିବା ସୁବିଧା ଅସୁବିଧା, ଶିକ୍ଷକଙ୍କ କାର୍ଯ୍ୟକଳାପ, ଛାତ୍ରଛାତ୍ରୀ ମାନଙ୍କର ଭବିଷ୍ୟତ ପାଇଁ କଣ ପନ୍ଥା ଅବଲମ୍ବନ କରିବା ସହିତ କେଉଁ ପଦକ୍ଷେପ ନେଲେ ସେମାନେ ବିଦ୍ୟାଳୟ ସହିତ ନିଜ ଅଞ୍ଚଳର ସୁନାମ ବଢ଼ାଇ ପାରିବେ ସେ ଉପରେ ବିସ୍ତୃତ ଭାବେ ଆଲୋଚନା କରିବାକୁ କହିଛନ୍ତି । ଯାହାକୁ ପରବର୍ତ୍ତୀ ସମୟରେ ପର୍ଯ୍ୟାଲୋଚନା କରାଯିବା ସହ କାର୍ଯ୍ୟକାରୀ କରିବା ପାଇଁ ବ୍ୟବସ୍ଥା କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details