ଓଡିଶା

odisha

ETV Bharat / briefs

ପାର୍ବଣକୁ ଦୃଷ୍ଟିରେ ରଖି ନୂଆ ଗାଇଡ଼ଲାଇନ ଜାରି କଲା ନବରଙ୍ଗପୁର ଜିଲ୍ଲା ପ୍ରଶାସନ - Nabarangpur district administration has issued new guidelines

ରାଜ୍ୟରେ କୋରୋନା ବୃଦ୍ଧିକୁ ଦୃଷ୍ଟିରେ ରଖି ନବରଙ୍ଗପୁରର ସମସ୍ତ ପୂଜା ପାର୍ବଣ ପାଇଁ ନୂତନ ଗାଇଡ଼ଲାଇନ ଜାରି କଲେ ଜିଲ୍ଲା ପ୍ରଶାସନ । ଯଦି କେହି ନିୟମ ଉଲଙ୍ଘନ କରନ୍ତି ତେବେ ସମ୍ପୃକ୍ତ ପରିଚାଳନା କମିଟି ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନବରଙ୍ଗପୁର ଜିଲାପାଳ ଡ଼ଃ ଅଜିତ କୁମାର ମିଶ୍ର ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...

ପାର୍ବଣକୁ ଦୃଷ୍ଟିରେ ରଖି ନୂଆ ଗାଇଡ଼ଲାଇନ ଜାରି କଲା ନବରଙ୍ଗପୁର ଜିଲା ପ୍ରଶାସନ
ପାର୍ବଣକୁ ଦୃଷ୍ଟିରେ ରଖି ନୂଆ ଗାଇଡ଼ଲାଇନ ଜାରି କଲା ନବରଙ୍ଗପୁର ଜିଲା ପ୍ରଶାସନ

By

Published : Sep 13, 2020, 12:50 PM IST

ନବରଙ୍ଗପୁର: ରାଜ୍ୟରେ କୋରୋନା ବୃଦ୍ଧିକୁ ଦୃଷ୍ଟିରେ ରଖି ନବରଙ୍ଗପୁରର ସମସ୍ତ ପୂଜା ପାର୍ବଣ ପାଇଁ ନୂତନ ଗାଇଡ଼ଲାଇନ ଜାରି କଲେ ଜିଲ୍ଲା ପ୍ରଶାସନ । ସରକାରଙ୍କ ନିର୍ଦ୍ଦେଶ କ୍ରମେ କୋଭିଡ ପାଇଁ ଆସନ୍ତା ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ସମସ୍ତ ଧାର୍ମିକ ଅନୁଷ୍ଠାନ ଗୁଡିକ ବନ୍ଦ ରଖିବା ସହିତ ଆଗକୁ ହେବାକୁ ଥିବା ଦୁର୍ଗାପୂଜା, ଲକ୍ଷ୍ମୀପୂଜା, କାଳୀପୂଜା ଏବଂ ଆସନ୍ତା ନଭେମ୍ବର ମାସ ମଧ୍ୟରେ ହେବାକୁ ଥିବା ସମସ୍ତ ପୂଜାପାଇଁ ଜିଲ୍ଲା ପ୍ରଶାସନ ଗାଇଡଲାଇନ ଜାରି କରିଛି ।

ଗାଇଡଲାଇନ ଅନୁଯାୟୀ, ନବରଙ୍ଗପୁରରେ ଚଳିତ ବର୍ଷ ପୂଜା ଇନଡୋରରେ କରିବା ପାଇଁ ଅନୁମତି ଥିବାବେଳେ ପୂଜାକୁ କୌଣସି ବ୍ୟକ୍ତି କିମ୍ୱା ଭକ୍ତ ଦର୍ଶନ କରିପାରିବେ ନାହିଁ ଏବଂ ମୂର୍ତ୍ତି ପ୍ରତିମାର ଉଚତା ୪ଫୁଟରୁ କମ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏଥି ସହିତ ପୂଜା ମଣ୍ଡପରେ ୭ଜଣ କମିଟି ସଦସ୍ୟରୁ ଅଧିକା ରହିପାରିବେ ନାହିଁ। କୋଭିଡ ନିୟମ ଅନୁଯାୟୀ ପୂଜା ମଣ୍ଡପ ମଧ୍ୟରେ ସାମାଜିକ ଦୂରତା, ମାସ୍କ ଏବଂ ସାନିଟାଇଜ ବ୍ୟବହାର ଉପରେ ଗୁରୁତ୍ୱ ଦିଆଯିବ । ଏହା ସହ ସ୍ଥାନୀୟ ପ୍ରଶାସନର ଅନୁମତିରେ କୁତ୍ରିମ ପୋଖରୀ ଖୋଳି ଭସାଣି କରାଯିବ ଏବଂ ଭସାଣି କରିବା ସମୟରେ କୌଣସି ପ୍ରକାର ବାଦ୍ୟଯନ୍ତ୍ର, ପ୍ରଶସନ ଏବଂ ମନୋରଞ୍ଜନ କାର୍ୟ୍ୟକ୍ରମ କରିବାକୁ ଅନୁମତି ଦିଆଯିବ ନାହିଁ । ଯଦି ଏଥିରେ ଖିଲାପ ହୁଏ, ତେବେ ସମ୍ପୃକ୍ତ ପରିଚାଳନା କମିଟି ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନବରଙ୍ଗପୁର ଜିଲାପାଳ ଡ଼ଃ ଅଜିତ କୁମାର ମିଶ୍ର ସୂଚନା ଦେଇଛନ୍ତି ।

ନବରଙ୍ଗପୁରରୁ ତପନ ବିଷୋୟି, ଇଟିଭି ଭାରତ

ABOUT THE AUTHOR

...view details