ବ୍ରହ୍ମପୁର:କୋରୋନାର ଦ୍ବିତୀୟ ଲହରକୁ ମୁକାବିଲା କରିବା ପାଇଁ ଗଞ୍ଜାମ ଜିଲ୍ଲାରେ ଘରକୁ ଘର ବୁଲି ସ୍ବାସ୍ଥ୍ୟ ସ୍କ୍ରିନିଂ ପରୀକ୍ଷା ଜାରି ରଖିଛନ୍ତି ୨୦୨୧ଟି ଟିମ୍ । ଜିଲ୍ଲାରେ ଉଭୟ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ଏହି କାର୍ଯ୍ୟ ଜାରି ରଖିଛନ୍ତି ଆଶା କର୍ମୀ, ଅଙ୍ଗନୱାଡି ଓ ସୁପରଭାଇଜରଙ୍କୁ ନେଇ ଗଠିତ ଏହି ଟିମ ।
ଗଞ୍ଜାମରେ ଆରମ୍ଭ ହେଲା ଡୋର ଟୁ ଡାେର ସ୍ବାସ୍ଥ୍ୟ ପରୀକ୍ଷା, ୨୦୨୧ ଟିମ ସାମିଲ - ଗଞ୍ଜାମ ଜିଲ୍ଲା ପ୍ରଶାସନ
ଗଞ୍ଜାମ ଜିଲ୍ଲାରେ ଘରକୁ ଘର ବୁଲି ସ୍ବାସ୍ଥ୍ୟ ସ୍କ୍ରିନିଂ ପରୀକ୍ଷା ଜାରି ରଖିଛନ୍ତି ୨୦୨୧ଟି ଟିମ । ସହଯୋଗ ପାଇଁ ଜିଲ୍ଲାବାସୀଙ୍କୁ ଧନ୍ୟବାଦ ଦେଲେ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ । ଅଧିକ ପଢନ୍ତୁ...
ମୁଖ୍ୟତଃ ଏହି ଟିମ୍ ପ୍ରତ୍ୟେକ ପରିବାରର ସଦସ୍ୟମାନଙ୍କ ଶରୀରରେ ଅମ୍ଳଜାନ ସ୍ତର ଅକ୍ସି ମିଟରରେ ଯାଞ୍ଚ କରାଯିବା ସହିତ ଶରୀରରେ ତାପମାତ୍ରାକୁ ମଧ୍ୟ ଥର୍ମାଲ ସ୍କ୍ରିନିଂ ମାଧ୍ୟମରେ ଯାଞ୍ଚ କରାଯାଉଛି । ଏପରିକି ଯାହା ପାଖରେ ଲକ୍ଷଣ ରହିଛି, ତାଙ୍କୁ ଚିହ୍ନଟ କରି ଚିକିତ୍ସାଳୟକୁ ପଠାଯିବାକୁ ବ୍ୟବସ୍ଥା କରାଯାଉଛି । ଗଞ୍ଜାମ ଜିଲାରେ ଏହି ଟିମ୍ ମଧ୍ୟରେ ବ୍ରହ୍ମପୁର ମହାନଗର ନିଗମରେ ୧୧୧ଟି ଟିମ କାର୍ଯ୍ୟ କରୁଥିବାବେଳେ ଗ୍ରାମାଞ୍ଚଳରେ ମୋଟ ୧୮୪୨ ଟିମ, ସହରାଞ୍ଚଳରେ ୬୮ଗୋଟି ଟିମ୍ ନିୟୋଜିତ ରହିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ସେପଟେ ଏହି କାର୍ଯ୍ୟ ପାଇଁ ଜିଲ୍ଲାବାସୀଙ୍କ ସହଯୋଗ ମିଳିଥିବା ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଟୁଇଟ୍ ମାଧ୍ୟମରେ ଅବଗତ କରାଇଛନ୍ତି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ