ଓଡିଶା

odisha

ETV Bharat / briefs

'ବିଜେପି ଛାଡିଲେ ରାଜନୀତିରୁ ସନ୍ନ୍ୟାସ ନେବି' - bjp

ଯେଉଁଦିନ ବିଜେପି ଛାଡିବି, ସେହି ଦିନ ରାଜନୀତିରୁ ସନ୍ନ୍ୟାସ ନେବି ବୋଲି କହିଛନ୍ତି ବରୁଣ ଗାନ୍ଧୀ।

ଫାଇଲ ଫଟୋ

By

Published : Apr 16, 2019, 7:18 PM IST

ନୂଆଦିଲ୍ଲୀ: ସୁଲତାନପୁରରୁ ବିଜେପି ସାଂସଦ ତଥା ନେହେରୁ ଗାନ୍ଧୀ ପରିବାରର ସଦସ୍ୟ ବରୁଣ ଗାନ୍ଧୀ ବିଜେପି ଛାଡି କଂଗ୍ରେସରେ ଯୋଗ ଦେବା ନେଇ ଚାଲିଥିଲା ଜୋରଦାର ଚର୍ଚ୍ଚା । ସେ ନିଜ ପାରିବାର ଏବଂ ନିଜ ଭାଇ ଭଉଣୀଙ୍କ ବିରୋଧରେ ପ୍ରଚାର ନକରି କଂଗ୍ରେସରେ ସାମିଲ ହେବେ ବୋଲି କୁହାଯାଉଥିଲା । ତେବେ ଏହି ଚର୍ଚ୍ଚା ଉପରେ ପୁର୍ଣ୍ଣଛେଦ ପକାଇଛନ୍ତି ବରୁଣ। ଏକ ଜାତୀୟ ଗଣମାଧ୍ୟମର ସାକ୍ଷାତକାରରରେ ସେ ଏ ନେଇ ପ୍ରତିକ୍ରିୟା ରଖିଛନ୍ତି।

ସେ କହିଛନ୍ତି, 15 ବର୍ଷ ପୂର୍ବରୁ ମୁଁ ବିଜେପିରେ ଯୋଗ ଦେଇଥିଲି । ଯେଉଁଦିନ ମୁଁ ବିଜେପିର ସଦସ୍ୟତା ଗ୍ରହଣ କରିଥିଲି, ସେ ଦିନ ବି କହିଥିଲି ଆଉ ଆଜି ବି କହୁଛି । ଯେବେ ମୁଁ ବିଜେପି ଛାଡିବି ସେଦିନ ମୁଁ ରାଜନୀତିରୁ ସନ୍ନ୍ୟାସ ନେବି। ବିଜେପି ଛଡା ଅନ୍ୟ କୌଣସି ଦଳ ମୋର ବିକଳ୍ପ ନୁହେଁ ବୋଲି ସେ କହିଛନ୍ତି ।

ଚଳିତ ନିର୍ବାଚନରେ ଦଳ ବରୁଣ ଏବଂ ମା ମେନକାଙ୍କୁ ଆସନ ଅଦଳ ବଦଳ କରି ଟିକେଟ ଦେଇଛି । ବରୁଣଙ୍କୁ ମାଙ୍କ ଆସନ ପିଲଭିତରୁ ଟିକେଟ ମିଳିଥିବା ବେଳେ ମେନକାଙ୍କୁ ସୁଲତାନପୁରରୁ ଦଳ ଟିକେଟ ଦେଇଛି ।

For All Latest Updates

ABOUT THE AUTHOR

...view details