କେନ୍ଦୁଝର: ତୁରୁମୁଙ୍ଗା ଥାନା ଅନ୍ତର୍ଗତ ଚେମଣା ଗ୍ରାମରେ ଅଭାବନୀୟ ଘଟଣା । କାଜୁ ଜଙ୍ଗଲ ଭିତରୁ ମିଳିଲା ଏକ ୮ ବର୍ଷ ନାବାଳକର ଝୁଲନ୍ତା ମୃତ ଦେହ । ନାବାଳକଟି ଚେମଣା ଗ୍ରାମର ଲୁଲୁ ମୁଣ୍ଡାଙ୍କ ପୁଅ ମନୋଜ ମୁଣ୍ଡା ବୋଲି ଜଣାପଡ଼ିଛି ।
କାଜୁ ଜଙ୍ଗଲରୁ ନାବାଳକର ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ - ମନୋଜ ମୁଣ୍ଡା
କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ଚେମଣା ଗ୍ରାମରେ ଅଭାବନୀୟ ଘଟଣା । କାଜୁ ଜଙ୍ଗଲ ଭିତରୁ ୮ ବର୍ଷ ନାବାଳକର ଝୁଲନ୍ତା ମୃତ ଦେହ ଉଦ୍ଧାର । ଅଧିକ ପଢନ୍ତୁ...
![କାଜୁ ଜଙ୍ଗଲରୁ ନାବାଳକର ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ କାଜୁ ଜଙ୍ଗଲରୁ ନାବାଳକର ଝୁଲନ୍ତା ମୃତ ଦେହ ଉଦ୍ଧାର, କାରଣ ଅସ୍ପଷ୍ଟ](https://etvbharatimages.akamaized.net/etvbharat/prod-images/768-512-02:25:36:1593075336-collage-2506newsroom-1593075314-44.jpg)
କାଜୁ ଜଙ୍ଗଲରୁ ନାବାଳକର ଝୁଲନ୍ତା ମୃତ ଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
ସୂଚନାନୁଯାୟୀ, ନାବାଳକଟି ଗତକାଲି ସନ୍ଧ୍ୟାରୁ ନିଖୋଜ ଥିଲା । ଆଜି ପରିବାର ଲୋକେ କୌଣସି ସୂତ୍ରରୁ ଖବର ପାଇ ମୃତଦେହକୁ ଜଙ୍ଗଲରେ ଝୁଲୁଥିବା ଅବସ୍ଥାରେ ଦେଖିବାକୁ ପାଇଥିଲେ । ତୁରୁମୁଙ୍ଗା ପୋଲିସ ଖବର ପାଇ ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ