ଓଡିଶା

odisha

ETV Bharat / briefs

ବଢିଲା ସଂକ୍ରମଣ, ପୁଣି କାର୍ଯ୍ୟକ୍ଷମ ହେଲା ଟାଟା ହାଇଟେକ୍ କୋଭିଡ ହସ୍ପିଟାଲ - berhampur

ଗଞ୍ଜାମ ଜିଲ୍ଲାରେ ନିୟମିତ ଭାବରେ କୋଭିଡ ପଜିଟିଭଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଶନିବାର ଠାରୁ ଏହି କୋଭିଡ ହସ୍ପିଟାଲର ଶୁଭାରମ୍ଭ କରାଯାଇଛି । ଅଧିକ ପଢନ୍ତୁ...

ଟାଟା ହାଇଟେକ୍ କୋଭିଡ ହସ୍ପିଟାଲ
ଟାଟା ହାଇଟେକ୍ କୋଭିଡ ହସ୍ପିଟାଲ

By

Published : Apr 30, 2021, 11:18 PM IST

ବ୍ରହ୍ମପୁର: ସହର ଉପକଣ୍ଠ ଶୀତଳାପଲ୍ଲୀ ଠାରେ ପୁଣି କାର୍ଯ୍ୟକ୍ଷମ ହୋଇଯାଇଛି ଟାଟା ହାଇଟେକ୍ କୋଭିଡ ହସପିଟାଲ । ଗଞ୍ଜାମ ଜିଲ୍ଲାରେ ନିୟମିତ ଭାବରେ କୋଭିଡ ପଜିଟିଭଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଶନିବାର ଠାରୁ ଏହି କୋଭିଡ ହସ୍ପିଟାଲର ଶୁଭାରମ୍ଭ କରାଯାଇଛି ।

ଟାଟା ହାଇଟେକ୍ କୋଭିଡ ହସ୍ପିଟାଲ

ଏହି ଅବସରରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ,ବ୍ରହ୍ମପୁରର ବିଧାୟକ ବିକ୍ରମ କୁମାର ପଣ୍ଡା, ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ବ୍ରହ୍ମପୁର ଉପଜିଲ୍ଲାପାଳ ୱି.କୀର୍ତ୍ତି ଭାଶନ, ହାଇଟେକ ମେଡିକାଲର ଡାକ୍ତର ତିରୁପତି ପାଣିଗ୍ରାହୀଙ୍କ ସମେତ ବହୁ ଡାକ୍ତର ଓ ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତ ଥିଲେ।

ମେ ମାସ ପହିଲାରୁ ଟାଟା କୋଭିଡ ହସ୍ପିଟାଲରେ କୋରୋନା ପଜିଟିଭ ରୋଗୀ ସେବା ଆରମ୍ଭ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୋଜନା କରାଯାଇଥିଲା। ଏଥିରେ ୨୧୩ ଗୋଟି ଶର୍ଯ୍ୟା ରହିଥିବା ବେଳେ ୫୫ ଗୋଟି ଆଇସିୟୁ ରହିଛି । ସେଥିମଧ୍ୟରୁ ୪୫ ଗୋଟି ଭେଣ୍ଟିଲେଟର ସୁବିଧା ରହିଥିବା କୁହାଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details