ଓଡିଶା

odisha

ETV Bharat / briefs

ଡ୍ରେନପାଣିରେ ଭାସୁଛି ଭୁବନେଶ୍ବର

ସହରୀ ଜୀବନ ବ୍ୟସ୍ତତା ଭିତରେ ରାଜଧାନୀବାସୀ ଧାଁ ଦୌଡ କରୁଥାନ୍ତି ସେତେବେଳେ ପାଣିର ମୁଲ୍ୟକୁ କେହିବି ବୁଝିନଥାନ୍ତି ।

By

Published : May 8, 2019, 9:25 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ସାମୁଦ୍ରିକ ଝଡ ‘ଫନି’ ଯିବାର ଆଜିକୁ 6ଦିନ ବିତି ଯାଇଛି । ଫନି ତାଣ୍ଡବ ସମୟରେ ଯାହା ସବୁ ଦୁଃଖ ଦେଇ ଯାଇଥିଲା ଲୋକେ ସାମ୍ନା କରି ନେଇଥିଲେ । କିନ୍ତୁ ଏବେ ଫନି ପରର ଯନ୍ତ୍ରଣା ଲୋକେ ସାମ୍ନା କରିବାକୁ ଅକ୍ଷମ ଓ ଅସହାୟ । କାରଣ ଫନି ତାଣ୍ଡବରେ ଧ୍ବସ୍ତ ବିଧ୍ବସ୍ତ ହୋଇଯାଇଥିବା ଦେଶର ପ୍ରଥମ ସ୍ମାର୍ଟ ସିଟି ଏବେ ଯେମିତି ‘ଜଳ ବିହୁନେ ସର୍ବନାଶ ଜଳ ବହୁଳେ ସର୍ବନାଶ’ ମନ୍ତ୍ରକୁ ମର୍ମେ ମର୍ମେ ଅନୁଭବ କରୁଛନ୍ତି ରାଜଧାନୀ ବାସିନ୍ଦା । ଗୋଟିଏ ପଟେ ଫନି ପ୍ରଳୟରେ ଖିନଭିନ ହୋଇପଡିଥିବା ରାଜ୍ୟ ରାଜଧାନୀକୁ କେବେ ବିଜୁଳି, ଜଳ ଆସିବ ତାହା ସ୍ବଂୟ ସୃଷ୍ଟିକର୍ତ୍ତାଙ୍କୁ ହିଁ ଜଣା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସହରୀ ଜୀବନ ସହ ଅଭ୍ୟସ୍ତ ଥିବା ଲୋକ ଏବେ ପାଣି ପାଇଁ ଗୋଟିଏ ପଟେ ହାହାକାର ହେଉଥିବା ବେଳେ ଅନ୍ୟ ପଟେ ସହର ରାଜରାସ୍ତାରେ ଡ୍ରେନ ପାଣି ଲହଡି ଭାଙ୍ଗୁଛି । ଗତ ୩ ଦିନ ହେବ ଆଇଆରସି ଭିଲେଜ ଏନ-୬ ନିକଟରେ ଥିବା ମୁଣ୍ଡାସାହି ଛକରୁ ହେଲଥ ଭିଲେଜ ରାସ୍ତାରେ ସ୍ବେରଜ ଟାଙ୍କିର ତରଳ ବର୍ଜ୍ୟବସ୍ତୁ ରାସ୍ତା ଉପରେ ଲହଡି ଭାଙ୍ଗୁଥିବା ବେଳେ ସ୍ଥାନୀୟ ପ୍ରଶାସନ କିଛି ନଦେଖିଲା ପରି ଚୁପ ବସିଛି ।

ଏବେ ଭୁବନେଶ୍ବରରେ ପାଣି, ବିଜୁଳି, ଅଟା, ଡାଟା ପାଇଁ ଲୋକେ ହନ୍ତସନ୍ତ ହେଉଥିବା ବେଳେ ରାସ୍ତା ଉପରେ ସ୍ବରେଜ ପାଣି ଭାସିବା ଗୋଟେ ଉପହାସ ନୁହେଁକି ? ଦୁଇ ତିନି ଦିନ ହେଲା ସ୍ବେରଜ ଟାଙ୍କିରୁ ଅପରିଷ୍କାର ପାଣି ରାସ୍ତା ଉପରେ ଭାସିବା ସହ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଛି । ବାତ୍ୟା ପରେ ସମସ୍ୟା ବଢିବଢି ଯାଉଛି । ରାସ୍ତାଘାଟ, ବିଜୁଳି , ପିଇବା ପାଣି ଟିକେ କେହି ଦେଉ ନାହାନ୍ତି ବୋଲି ସାଲିଆ ସାହି ୨୬ ନଂ ୱାର୍ଡ ବାସିନ୍ଦା ଅଭିଯୋଗ କରିଛନ୍ତି ।

ସେପଟେ ସ୍ବେରଜ ବୋର୍ଡ଼ ଅଧିକାରୀ ହି ଘଟଣା ସଂର୍ପକରେ ଅବଗତ ଥିବା କହିଛନ୍ତି । ଟିମ ପହଞ୍ଚି ସନ୍ଧ୍ୟା ସୁଦ୍ଧା ସଫା କରିବା ସହ ବର୍ଜ୍ୟବସ୍ତୁ ସଫା ହେବ ବୋଲି ଅଧିକାରୀ କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ ଇଟିଭି ଭାରତ

ABOUT THE AUTHOR

...view details