ଓଡିଶା

odisha

ETV Bharat / briefs

ସୁନ୍ଦରଗଡରେ 57 ନୂଆ କୋରୋନା ଆକ୍ରାନ୍ତ, ସହରରେ ଡୋର-ଟୁ-ଡୋର୍ ସର୍ଭେ - 57 ଜଣ ନୂଆ କୋରୋନା ଆକ୍ରାନ୍ତ

ସୁନ୍ଦରଗଡରେ ଦିନକୁ ଦିନ ଦ୍ରୁତ ଗତିରେ ବଢି ଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ସୋମବାର 57 ଜଣ ନୂଆ କୋରୋନା ଚିହ୍ନଟ ହୋଇଥିବାବେଳେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା 1110କୁ ବୃଦ୍ଧି ପାଇଛି ।

ସୁନ୍ଦରଗଡରେ 57 ଜଣ ନୂଆ କୋରୋନା ଆକ୍ରାନ୍ତ
ସୁନ୍ଦରଗଡରେ 57 ଜଣ ନୂଆ କୋରୋନା ଆକ୍ରାନ୍ତ

By

Published : Jul 27, 2020, 2:04 PM IST

ରାଉରକେଲା: ସୁନ୍ଦରଗଡରେ ଦିନକୁ ଦିନ ଦ୍ରୁତ ଗତିରେ ବଢି ଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ସୋମବାର 57 ଜଣ ନୂଆ କୋରୋନା ଚିହ୍ନଟ ହୋଇଥିବାବେଳେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା 1110କୁ ବୃଦ୍ଧି ପାଇଛି ।

ଏହାସହ 63 ବର୍ଷୀୟ ରୋଗୀଙ୍କ ମୃତ୍ୟୁ ହୋଇଛି । ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ମୃତ୍ୟୁ ସଂଖ୍ୟା 6କୁ ବୃଦ୍ଧି ପାଇଛି । କୋରୋନା ଲଢେଇରେ ସାମିଲ ଥିବା ଡାକ୍ତର ଓ କେତେକ ସ୍ବାସ୍ଥ୍ୟକର୍ମୀ କୋରୋନାରେ ଆକ୍ରାନ୍ତ ହେବା ପରେ ରୋଗୀଙ୍କ ଚିକିତ୍ସା ପାଇଁ ବୁର୍ଲାରୁ 2 ଜଣ ଡାକ୍ତର ରାଉରକେଲା କୋଭିଡ୍ ହସପିଟାଲରେ ପହଞ୍ଚିଛନ୍ତି।

ତେବେ ରୋଗୀଙ୍କ ସଂଖ୍ୟା ବଢୁଥିବାରୁ ରାଉରକେଲା ପ୍ରଶାସନ ଓ ମହାନଗର ନିଗମ ପକ୍ଷରୁ ସହରର ବିଭିନ୍ନ ୱାର୍ଡରେ ଡୋର-ଟୁ-ଡୋର ସର୍ଭେ କରାଯିବା ସହ ସାନିଟାଇଜେସନ୍ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ କରାଯାଉଛି ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details