ଭଞ୍ଜନଗର: ଭଞ୍ଜନଗର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି ଉପଖଣ୍ଡ ସ୍ତରୀୟ ସମୀକ୍ଷା ବୈଠକ । ବେଆଇନ ମଦ ବିକ୍ରି ଏବଂ ପ୍ରସ୍ତୁତକାରୀ ଅସାଧୁ ବ୍ୟବସାୟୀଙ୍କୁ ଛଡାଯିବ ନାହିଁ ଏବଂ ଅପରାଧି ମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଭଞ୍ଜନଗର ଉପ-ଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ କହିଛନ୍ତି । ଏହା ସହ ତହସିଲଦାର, ଅବକାରୀ ବିଭାଗ ଏବଂ ପୋଲିସ ପରସ୍ପର ସହ ଉତ୍ତମ ସମନ୍ବୟ ରକ୍ଷା କରି ଚଢ଼ାଉକୁ ଜୋରଦାର କରିବାକୁ ଶ୍ରୀ ମିଞ୍ଜ କହିଛନ୍ତି ।
ଭଞ୍ଜନଗରରେ ଉପଖଣ୍ଡ ସ୍ତରୀୟ ସମୀକ୍ଷା ବୈଠକ - ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଉପଖଣ୍ଡ ସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ
ଭଞ୍ଜନଗର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି ଉପଖଣ୍ଡ ସ୍ତରୀୟ ସମୀକ୍ଷା ବୈଠକ । ଏଥିରେ ରାତ୍ରି ସମୟରେ ବେଆଇନ ଭାବେ ଚୋରାଚାଲାଣ ହେଉଥିବା ବିଭିନ୍ନ ନିଶା ଦ୍ରବ୍ୟ ରୋକିବାକୁ ପାଟ୍ରୋଲିଂ ଉପରେ ଗୁରୁତ୍ବ ଦିଆଯାଇଛି । ଅଧିକ ପଢନ୍ତୁ...
ଭଞ୍ଜନଗର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଉପଖଣ୍ଡ ସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ
ଅନ୍ୟପଟେ ରାତ୍ରି ସମୟରେ ବେଆଇନ ଭାବେ ଚୋରାଚାଲାଣ ହେଉଥିବା ବିଭିନ୍ନ ନିଶା ଦ୍ରବ୍ୟ ରୋକିବାକୁ ପାଟ୍ରୋଲିଂ ଉପରେ ଗୁରୁତ୍ବ ଦିଆଯାଇଛି । ବେଆଇନ ଔଷଧ ଦୋକାନ, କ୍ଲିନିକ ମାନଙ୍କରେ ନଜର ରଖିବା ସହ ଚଢ଼ାଉ ନିମନ୍ତେ ଡ୍ରଗ ଇନିସପେକେଟରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଆଜିର ବୈଠକରେ ଅନ୍ୟ ଉପସ୍ଥିତ ଅଧିକାରୀଙ୍କ ମଧ୍ୟରେ ସୋରଡ଼ା ତହସିଲଦାର, ବେଲଗୁଣ୍ଠା ତହସିଲଦାର, ଶେରଗଡ଼ ତହସିଲଦାର, ଭଞ୍ଜନଗର ଅବକାରୀ ଇନିସପେକ୍ଟର ପାର୍ଥ ସାରଥୀ ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।
ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ
Last Updated : Feb 13, 2021, 11:24 AM IST