ଭୁବନେଶ୍ବର: ବିକାଶ ନାଁରେ ପକେଟ ଗରମ କରିଛି ପ୍ରଶାସନ । ୩୫ ଟଙ୍କାର ଚାଉଳ ପାଇଁ ଖର୍ଚ୍ଚ କରୁଛନ୍ତି ୮୦ ଟଙ୍କା । ଆଜିବି ଅପହଞ୍ଚ ସ୍ବଚ୍ଛ ପରିମଳ ଯୋଜନା । ପାନୀୟ ଜଳ ନାଁରେ ହଡପ ହୋଇଛି ଲକ୍ଷାଧିକ ଟଙ୍କା । ବିକାଶ ନାଁରେ ଲୁଟ ହୋଇଛି ଟଙ୍କା । ନଗଡ଼ାକୁ ଧୋକା ଦେଇଛନ୍ତି ରାଜ୍ୟସରକାର । ଏଭଳି ଅଭିଯୋଗ କରିଛନ୍ତି ରାଇଟ ଟୁ ଫୁଡ଼ କ୍ୟାମ୍ପେନର ରାଜ୍ୟ ସଂଯୋଜକ ପ୍ରଦୀପ ପ୍ରଧାନ ।
ନଗଡ଼ାର ଭିତ୍ତିଭୂମିର ଉନ୍ନତି ହୋଇଛି, କିନ୍ତୁ ସାଧାରଣ ଲୋକଙ୍କ ଜୀବନଚର୍ଯ୍ୟାରେ କୌଣସି ଉନ୍ନତି ହୋଇନାହିଁ ବୋଲି ଅଭିଯୋଗ କରିଛି ରାଇଟ ଟୁ ଫୁଡ଼ କାମ୍ପେନ । ୨୦୧୬ରେ ନଗଡ଼ାରେ ପୁଷ୍ଟିହୀନତାରେ ଶିଶୁ ମୃତ୍ୟୁ ପରେ ରାଜ୍ୟ ସରକାର ବ୍ୟାପକ ଭାବରେ ୨୪ କୋଟି ଟଙ୍କା ବ୍ୟୟରେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିଥିଲେ । ହେଲେ ନଗଡ଼ାବାସୀଙ୍କ ସାମାଜିକ ଓ ଅର୍ଥନୈତିକ ବିକାଶର ଅଭିବୃଦ୍ଧି ଘଟିନାହିଁ ବୋଲି ପ୍ରଦୀପ ପ୍ରଧାନ କହିଛନ୍ତି ।