ନୂଆଦିଲ୍ଲୀ:ଦେଶରେ ତୃଣମୂଳ ସ୍ତରରେ କ୍ରୀଡା ଭିତ୍ତିଭୂମିକୁ ସଜାଡିବାକୁ ରାଜ୍ୟ ସରକାରଙ୍କ ସହଭାଗିତାରେ କ୍ରୀଡା ମନ୍ତ୍ରଣାଳୟ ଖେଲୋ ଇଣ୍ଡିଆ ସେଣ୍ଟର ଲଞ୍ଚ କରିବାକୁ ଯାଉଛି ।
2028 ସଂସ୍କରଣର ଅଲମ୍ପିକ୍ସରେ ପ୍ରଦର୍ଶନ ଓ ପଦକ ବିଜତା ଶ୍ରେଷ୍ଠ 10ଟି ଦେଶ ମଧ୍ୟରେ ଭାରତ ରହିବା ଲକ୍ଷ୍ୟ ରହିଛି । ଏହି ଲକ୍ଷ୍ୟ ଅନୁଯାୟୀ, ଦେଶ ତମାମରୁ କ୍ରୀଡା ପ୍ରତିଭାଙ୍କୁ ଚିହ୍ନଟ ଓ ଉପଯୁକ୍ତ ପ୍ରଶିକ୍ଷଣ ମାଧ୍ୟମରେ ପ୍ରସ୍ତୁତ କରିବା ଲକ୍ଷ୍ୟ ଥିବା କହିଛନ୍ତି କେନ୍ଦ୍ର କ୍ରୀଡାମନ୍ତ୍ରୀ କିରଣ ରିଜିଜୁ ।
ଦେଶର ପ୍ରତ୍ୟେକ ଜିଲ୍ଲାରେ ଗୋଟିଏ ଲେଖାଏଁ ଖେଲୋ ଇଣ୍ଡିଆ ସେଣ୍ଟର ନିର୍ମାଣ କରିବାକୁ ଯୋଜନା ରହିଛି । 217ଟି ସେଣ୍ଟର ଦେଶର ବିଭିନ୍ନ ରାଜ୍ୟରେ ପ୍ରସ୍ତୁତ ହୋଇସାରିଛି । ତେବେ ମନ୍ତ୍ରଣାଳୟ, ଉତ୍ତରପୂର୍ବ ରାଜ୍ୟ ଗୁଡିକର ପ୍ରତ୍ୟେକ ଜିଲ୍ଲାରେ, ଜମ୍ମୁ ଓ କାଶ୍ମୀର, ଆଣ୍ଡାମାନ ଓ ନିକୋବଲ ଦୀପପୁଞ୍ଜ, ଲାକ୍ଷାଦୀପ ଓ ଲଦାଖରେ ଦୁଇଟି ଲେଖାଏଁ ସେଣ୍ଟର ନିର୍ମାଣ କରିବାକୁ ଯୋଜନା କରିଛି ।
ମହାରାଷ୍ଟ୍ର: 30ଟି ଜିଲ୍ଲାରେ 36 ଖେଲୋ ଇଣ୍ଡିଆ ସେଣ୍ଟର । ବ୍ୟୟବରାଦ ହୋଇଥିବା ଅର୍ଥର ମୂଲ୍ୟ 3.60 କୋଟି ରହିଛି ।
ମିଜୋରାମ: କୋରାସିବ ଜିଲ୍ଲାରେ ଦୁଇଟି ଖେଲୋ ଇଣ୍ଡିଆ ସେଣ୍ଟର । ବ୍ୟୟବରାଦ ହୋଇଥିବା ଅର୍ଥର ମୂଲ୍ୟ 20 ଲକ୍ଷ ।