ଓଡିଶା

odisha

ETV Bharat / briefs

ବେଦାନ୍ତ ସୋସାଇଟି ପକ୍ଷରୁ ଆଧ୍ୟାତ୍ମିକ ଆଲୋଚନାଚକ୍ର - ବେଦାନ୍ତ

ଶାନ୍ତ ସରଳ ଜୀବନ ଯାପନ ପାଇଁ ବେଦ ଓ ଜ୍ଞାନର ଆବଶ୍ୟକତା ମହତ୍ବପୂର୍ଣ୍ଣ । ବେଦର ନିୟମାବଳୀ ଯେଉଁ ବ୍ୟକ୍ତି ମାନି ଚାଲିଥାଏ ସେ ଶାନ୍ତିପୂର୍ଣ୍ଣ ଜୀବନ ବିତାଇଥାଏ । ତେବେ ଲୋକଙ୍କ ମଧ୍ୟରେ ଏହି ବାର୍ତ୍ତା ପହଞ୍ଚାଇବା ପାଇଁ ପୁରୀରେ ବେଦାନ୍ତ ସୋସାଇଟି ପକ୍ଷରୁ ଆଧ୍ୟାତ୍ମିକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି ।

ଫଟୋ ସୌଜନ୍ୟ:ସମ୍ବାଦଦାତା, ପୁରୀ

By

Published : Apr 8, 2019, 12:09 PM IST

ପୁରୀ: ବେଦ ଜ୍ଞାନ କାଣ୍ଡକୁ ବେଦାନ୍ତ କୁହନ୍ତି । ବେଦର ନିୟମାବଳୀ ଯେଉଁ ବ୍ୟକ୍ତି ମାନି ଚାଲିଥାଏ ସେ ଶାନ୍ତ, ନିର୍ଭୀକ, ଉଦ୍ଦେଶ୍ୟହୀନ, ଆତ୍ମବିଶ୍ୱାସୀ ଓ ଆନନ୍ଦମୟ ରହିଥାଏ। ଏଭଳି କିଛି ଆଧ୍ୟାତ୍ମିକ ବାର୍ତ୍ତା ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ଏକ ଆଧ୍ୟାତ୍ମିକ ଆଲୋଚନା ଚକ୍ର ପୁରୀ ଇଣ୍ଟରନ୍ୟାସନାଲ ବେଦାନ୍ତ ସୋସାଇଟି ପକ୍ଷରୁ ଆୟୋଜିତ ହୋଇଯାଇଛି।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ପୁରୀ

ଏଥିରେ ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ଭଗବତ ପ୍ରେମୀ ଯୋଗ ଦେଇଥିଲେ। ବିଶେଷକରି ଭଗବାନଙ୍କର ପାଞ୍ଚ ଦିବ୍ୟ ନିର୍ଦ୍ଦେଶ ଯଥା ପ୍ରତିଦିନ ବେଦାନ୍ତ ଚର୍ଚ୍ଚା, ବେଦାନ୍ତ ପ୍ରଚାର, କର୍ମ ବିନିମୟରେ ଅନ୍ନ ଗ୍ରହଣ, ଗୁରୁ ସେବାରେ ତତ୍ପର ରହିବା, ଭଗବତ ଆରାଧନାରେ ଜୀବନ ଅତିବାହିତ କରିବା ଆଦି ଆଲୋଚନା ହୋଇଥିଲା।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details