ଓଡିଶା

odisha

ETV Bharat / briefs

ପ୍ରଶାସନିକ ସାହାଯ୍ୟ ଅପେକ୍ଷାରେ ସୋନି

ସରକାରୀ ସହାୟତା ପାଇଁ ମଧ୍ୟ ସରକାରୀ ଲାଭାର୍ଥରୁ ବଞ୍ଚିତ ସୋନି ବିଶ୍ବକର୍ମା । ପରିବାରର ଏଭଳି ଦୟନୀୟ ପରିସ୍ଥିତି ଦେଖି ବ୍ଲକ୍ ପକ୍ଷରୁ ଏକ ନୂତନ ଘର ନିର୍ମାଣ ପାଇଁ ଟଙ୍କା ମଧ୍ୟ ମିଳିଥିଲା । ମାତ୍ର ସହାୟତା ମିଳିବା ପରେ ମଧ୍ୟ ଘର ନିର୍ମାଣ କରି ପାରି ନାହାନ୍ତି ସୋନି ।

By

Published : Jun 1, 2019, 11:48 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

କେନ୍ଦୁଝର: ଦିବ୍ୟାଙ୍ଗଙ୍କ ପାଇଁ ସରକାରଙ୍କ ଅନେକ ଯୋଜନା । ହେଲେ ଅନେକ ଏହାର ସୁଫଳ ପାଉଥିବା ବେଳେ ଅନେକ ଏହି ଯୋଜନାରୁ ମାଇଲ ମାଇଲ ଦୂରରେ ରହୁଛନ୍ତି । ଏଭଳି ଜଣେ ଦିବ୍ୟାଙ୍ଗ ଅଛନ୍ତି ଯିଏ ସରକାରୀ ଯୋଜନା ପାଇ ମଧ୍ୟ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏ ହେଉଛନ୍ତି ସୋନି ବିଶ୍ବକର୍ମୀ ।

ସୋନି ଜନ୍ମରୁ ଦୃଷ୍ଟିଦୀନ । ଦିବ୍ୟାଙ୍ଗତା ପାଇଁ ତାଙ୍କୁ ସରକାରଙ୍କ ପକ୍ଷରୁ ମିଳୁଛି ଭତ୍ତା । ଏଥିସହିତ 'ମୋ କୁଡ଼ିଆ' ରେ ୨୦୧୩ ମସିହାରେ ଘର ସାଙ୍ଗକୁ ୪ ଡ଼ିସିମିଲ ଘରବାଡି ଜମି ମିଳିଛି । ଯେଉଁ ଘରେ ସୋନି ଏବଂ ତା'ଙ୍କ ରୋଗିଣା ମାଆ ରହୁଛନ୍ତି । ହେଲେ ସରକାରଙ୍କ ପକ୍ଷରୁ ମିଳିଥିବା ଏହି ଘର ସୋନିଙ୍କ ପାଇଁ ଏକ ପ୍ରକାର ଅଭିଶାପ ପାଲଟି ଯାଇଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

ସରକାର ପକ୍ଷରୁ ମିଳିଥିବା ଏହି ଘର ଭିତରର କାନ୍ଥ ଭାଙ୍ଗି ଯାଇଥିବାବେଳେ ଘର ଭୂଇଁ ତଳକୁ ଦବି ଯାଇଛି । ଏଥିସହିତ ବର୍ଷା ହେଲେ ଟିଣରୁ ଗଳୁଛି ପାଣି । ପରିବାରର ଏଭଳି ଦୟନୀୟ ପରିସ୍ଥିତି ଦେଖି ବ୍ଲକ୍ ପକ୍ଷରୁ ଏକ ନୂତନ ଘର ନିର୍ମାଣ ପାଇଁ ଟଙ୍କା ମଧ୍ୟ ମିଳିଥିଲା । ଆଉ ସେହି ଟଙ୍କାରେ ସୋନି ନୂତନ ଘରର ମୂଳଦୁଆ ମଧ୍ୟ ତିଆରି କରିଥିଲେ । କିନ୍ତୁ ଏହା ଯେମିତି ତାଙ୍କ ପାଇ କାଳ ସାଜିଛି । ତାଙ୍କ ଜମିକୁ ଲାଗି ଥିବା ଅନ୍ୟ ଏକ ଜମି ମାଲିକ ତାଙ୍କୁ ନୂତନ ଘର ନିର୍ମାଣ କାର୍ଯ୍ୟରେ ବାଧା ସୃଷ୍ଟି କରୁଛନ୍ତି । ଏଥିସହିତ ତାଙ୍କୁ ଦିଆଯାଇଥିବା ୪ ଡ଼ିସିମିଲ ଜମିର ଏକ ପାର୍ଶ୍ଵକୁ ଜୋର ଜବରଦସ୍ତ ମାଡି ବସିଥିବା ଅଭିଯୋଗ ହୋଇଛି । ସୋନି ଏନେଇ ଥାନାରୁ ଜିଲ୍ଲାପାଳ ପର୍ଯ୍ୟନ୍ତ ସବୁଠି ଗୁହାରି କରି ସାରିଥିବା ବେଳେ ଏହାର କୌଣସି ସୁଫଳ ମିଳିନଥିବା ସେ ଅଭିଯୋଗ କରିଛନ୍ତି।


ସେପଟେ ଏସମ୍ପର୍କରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଜଣାଇବାରୁ ତଦନ୍ତ ପରେ ସୋନିଙ୍କୁ ନ୍ୟାୟ ଦିଆଯିବା ସହ ଘର ମରାମତିରେ ମଧ୍ୟ ସହଯୋଗ କରିବେ ବୋଲି କହିଛନ୍ତି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details