ଓଡିଶା

odisha

ETV Bharat / briefs

ବିରାଟ ବାହିନୀ ସମର୍ଥନରେ ଉତ୍ସାହିତ କ୍ରୀଡାପ୍ରେମୀ - silvercity

କ୍ରିକେଟ୍‌ ମହାକୁମ୍ଭର ବାଜି ସାରିଲାଣି ବିଗୁଲ । କ୍ରୀଡାପ୍ରେମୀଙ୍କ ବଢିଲାଣି ହୃଦ ସ୍ପନ୍ଦନ। କିଏ ହେବ 12ତମ ବିଶ୍ୱକପର ବିଜେତା। ତେବେ ସିଲଭରସିଟିର କ୍ରୀଡା ପ୍ରେମୀ ଓ ଯୁବ କ୍ରିକେଟରଙ୍କ ମଧ୍ୟରେ ଦେଖାଦେଇଛି  ବେଶ ଉତ୍ସାହ ଉଦ୍ଦୀପନା । ଏବେ ଅପେକ୍ଷା କେବଳ ଜୁନ୍‌5 ତାରିଖକୁ। ଏହି ଦିନ ଭାରତ ତା'ର ପ୍ରଥମ ମ୍ୟାଚ୍‌ ଦ.ଆଫ୍ରିକା ବିପକ୍ଷରେ ଖେଳିବ।

ଫଟୋ ସୌଜନ୍ଯ: ସମ୍ବାଦଦାତା, କଟକ

By

Published : May 30, 2019, 10:45 PM IST

Updated : May 30, 2019, 10:54 PM IST

କଟକ: ଚଳିତ ବିଶ୍ୱକପରେ ଭାରତ ତାର ପ୍ରଥମ ମ୍ୟାଚରେ ଦକ୍ଷିଣଆଫ୍ରିକାକୁ ଭେଟିବ । ଉଭୟ ଟିମ୍‌ରେ ତମାମ ଅଭିଜ୍ଞ ବ୍ୟାଟ୍ସମାନ ଓ ବୋଲର ରହିଛନ୍ତି ।

ଏପଟେ ଭାରତ ଦଳରେ ବିଶ୍ୱର ଏକ ନମ୍ବର ବୋଲର ଜସପ୍ରିତ ବୁମୁରାହ ଓ ମହମ୍ମଦ ସାମି ଓ ଭୁବନେଶ୍ୱର କୁମାର ରହିଛନ୍ତି । ଏହାଛଡା ସ୍ପିନ କ୍ଷେତ୍ରରେ କୁଳଦୀପ ମଧ୍ୟ ବିପକ୍ଷ ଦଳକୁ ମାତ ଦେବାରେ ସୁଯୋଗ ସୃଷ୍ଟି କରିବେ ଓ ଆଲରାଉଣ୍ଡର ହିସାବରେ ପାଣ୍ଡିଆ ମଧ୍ୟ ତାଙ୍କର ବୋଲିଂ ଯାଦୁ ବିପକ୍ଷ ଦଳକୁ ଧରାଶାୟୀ କରିବା ନିଶ୍ଚିନ୍ତ । ଏହାସହିତ ଧୋନିଙ୍କ ଉପସ୍ଥିତି ଟିମ୍‌ର ମନବଳକୁ ବେଶ୍‌ ସୁଦୃଢ କରିବ । ଏପରି ମତ ରଖିଛନ୍ତି କ୍ଲବ କ୍ରିକେଟର ।

ଏହା ମଧ୍ୟ ପଢନ୍ତୁ: ବିଶ୍ବକପ: ଭାଷ୍ୟକାର ରୂପରେ କିମ୍ବଦନ୍ତୀ କ୍ରିକେଟର ସଚିନ

ସେହିପରି ଚହଲଙ୍କୁ ଛାଡି ଦେଲେ ଅନ୍ୟ 10 ଖେଳାଳି ବ୍ୟାଟିଂ ଭାର ସମ୍ଭାଳିବେ। ଯାହା ଟିମ ପାଇଁ ଏକ ପ୍ଲସ ପଏଣ୍ଟ । ଅନ୍ୟପଟେ ଅଷ୍ଟ୍ରେଲିଆ ମଧ୍ୟ ଦେଖାଇବ ତାହାର ଯାଦୁ । କାରଣ କଙ୍ଗାରୁ ଟିମ୍‌ର ପ୍ଳେଇଂ ଇଲେଭେନରେ ସାମିଲ ହୋଇଛନ୍ତି ସ୍ମିଥ ଓ ୱାର୍ଣ୍ଣର ଯାହା ଅଷ୍ଟ୍ରେଲିଆକୁ ଆହୁରି ସୃଦୁଢ କରିଛି । ମ୍ୟାଚ ତ ଜିତିବ ଟିମ ଇଣ୍ଡିଆ କିନ୍ତୁ ସମସ୍ତ ଟିମ ସହ ଏକ କଡା ମୁକାବିଲା ଦେଖିବାକୁ ମିଳିବ ବୋଲି କହିଛନ୍ତି କ୍ରୀଡାବିତ ବିଭୁ ଶତପଥି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Last Updated : May 30, 2019, 10:54 PM IST

For All Latest Updates

ABOUT THE AUTHOR

...view details