ଓଡିଶା

odisha

ETV Bharat / briefs

ବିଜେପି-ଶିବସେନାର ନିର୍ବାଚନୀ ମେଣ୍ଟ ପରେ ପାରିବାରିକ ମେଣ୍ଟ

2019 ଲୋକସଭା ନିର୍ବାଚନରେ ମହାରାଷ୍ଟ୍ରରେ ଶିବସେନା ଏବଂ ବିଜେପି ଐତିହାସିକ ବିଜୟ ପରେ ଉଭୟ ପରିବାର ମଧ୍ୟରେ ପାରିବାରିକ ସମ୍ପର୍କ ଗଢିଉଠିଛି । ମହାରାଷ୍ଟ୍ରର ରାଜ୍ୟ ଗୃହମନ୍ତ୍ରୀ ରଞ୍ଜିତ ପାଟିଲ ଏବଂ ଶିବସେନା ବିଧାୟକ ପ୍ରତାପ ସରନାୟକ ସମୁଦି ହୋଇଛନ୍ତି ।

ଫାଇଲ ଫଟୋ

By

Published : May 26, 2019, 11:55 PM IST

ନୂଆଦିଲ୍ଲୀ: ନିର୍ବାଚନୀ ମେଣ୍ଟ ପରେ ଏବେ ପାରିବାରିକ ମେଣ୍ଟ ହୋଇଛି । ମହାରାଷ୍ଟ୍ରରେ 2019 ଲୋକସଭା ନିର୍ବାଚନରେ ଐତିହାସିକ ବିଜୟ ପରେ ଶିବସେନା ଏବଂ ବିଜେପି ମଧ୍ୟରେ ପାରିବାରିକ ସମ୍ପର୍କ ଗଢିଉଠିଛି । ମହାରାଷ୍ଟ୍ରର ରାଜ୍ୟ ଗୃହମନ୍ତ୍ରୀ ରଞ୍ଜିତ ପାଟିଲ ଏବଂ ଶିବସେନା ବିଧାୟକ ପ୍ରତାପ ସରନାୟକ ସମୁଦି ହୋଇଛନ୍ତି । ରଞ୍ଜିତଙ୍କ ଝିଅ କଶ୍ମିରାର ବିବାହ ପ୍ରତାପଙ୍କ ପୁଅ ପୂର୍ବେଶଙ୍କ ସହ ସମ୍ପନ୍ନ ହୋଇଛି ।

ହାଇପ୍ରୋଫାଇଲ ଏହି ବିବାହରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସଙ୍କ ସମେତ କ୍ୟାବିନେଟର ସମସ୍ତ ମନ୍ତ୍ରୀଗଣ ଉପସ୍ଥିତ ଥିଲେ । ତେବେ ମହାରାଷ୍ଟ୍ର ପୂର୍ବ ବିରୋଧୀ ଦଳର ଅଧ୍ୟକ୍ଷ ରାଧାକୃଷ୍ଣ ବିଖେ ପାଟିଲ ମୁଖ୍ୟମନ୍ତ୍ରୀଙ୍କ ସହ ଏହି ବିବାହରେ ସାମିଲ ହୋଇଥିଲେ । ଉକ୍ତ ବିବାହରେ ନାମୀଦାମୀ ରାଜନେତାଙ୍କ ସହ ବଲିଉଡର ଅନେକ ଅଭିନେତା ଅଭିନେତ୍ରୀ ସାମିଲ ହୋଇଥିଲେ । ଐତିହାସିକ ବିଜୟ ପରେ ଉକ୍ତ ବିବାହକୁ ବେଶ ଆଡମ୍ବର ସହକାରେ ପାଳନ କରାଯାଇଥିଲା ।

ସୂଚନା ରହିଛି ଯେ, ଲୋକସଭା ନିର୍ବାଚନରେ ବିଜେପି-ଶିବସେନା ମହାରାଷ୍ଟ୍ରର 48 ଲୋକସଭା ଆସନରୁ 41 ଆସନରେ ବିଜୟ ହାସଲ କରିଛି ।

ABOUT THE AUTHOR

...view details