ନଟିଂହାମ: ଟ୍ରେଣ୍ଟରେ ଗ୍ରାଉଣ୍ଡରେ ଓ୍ବେଷ୍ଟଇଣ୍ଡିଜ-ଅଷ୍ଟ୍ରେଲିଆ ମଧ୍ୟରେ ବିଶ୍ବକପର 10ମ ମ୍ୟାଚ ଖେଳାଯାଉଛି । ଏହି ମ୍ୟାଚରେ ଓ୍ବେଷ୍ଟଇଣ୍ଡିଜ ବୋଲର ସେଲଡ୍ରନ କଟ୍ରେଲ ଓ୍ବିକେଟ ନେଲାପରେ ସେନାଙ୍କ ପରି ସ୍ୟାଲୁଟ ମାରିବା ଶୈଳୀ ବେଶ ଚର୍ଚ୍ଚାର ବିଷୟ ପାଲଟିଛି ।
ଆଉଟ ପରେ ସ୍ୟାଲୁଟ୍ - military
ଓ୍ବେଷ୍ଟଇଣ୍ଡିଜ୍ ବୋଲର ସେଲଡ୍ରନ କଟ୍ରେଲ ଓ୍ବିକେଟ ନେଲାପରେ ସେନାଙ୍କ ପରି ସ୍ୟାଲୁଟ ମାରୁଥିବା ଦେଖିବାକୁ ମିଳିଛି । ଏହାକୁ ସେନା ସମ୍ମାନରେ କରନ୍ତି ବୋଲି ସେ କହିଛନ୍ତି ।
![ଆଉଟ ପରେ ସ୍ୟାଲୁଟ୍](https://etvbharatimages.akamaized.net/etvbharat/prod-images/768-512-3488046-793-3488046-1559841330650.jpg)
ଫଟୋ ସୌଜନ୍ଯ:ସୋସିଆଲ ମିଡିଆ
ସେଲଡ୍ରନ ଏହି ମ୍ୟାଚରେ ଡେଭିଡ୍ ଓ୍ବାର୍ଣ୍ଣରଙ୍କ ଓ୍ବିକେଟ ନେଲା ପରେ ଏହି ସେନା ଷ୍ଟାଇଲରେ ସ୍ୟାଲୁଟ ମାରିଥିଲେ । କଟ୍ରେଲ ଏହି ଭଳି ଅନ୍ଦାଜକୁ ନେଇ କହିଛନ୍ତି ଯେ, ମୁଁ ପେଶାରେ ଜଣେ କାର୍ଯ୍ୟରତ ଯବାନ ଓ ଏପରି ସେନା ସମ୍ମାନରେ କରିଛି ।
ସୂଚନାଥାଉକି ସେଲଡ୍ରନ କଟ୍ରେଲ ଏହି ମ୍ୟାଚରେ 2ଟି ଓ୍ବିକେଟ ଅକ୍ତିଆର କରିଛନ୍ତି ।