ଓଡିଶା

odisha

ETV Bharat / briefs

ବିଶ୍ବର ଉଚ୍ଚତମ ଶୃଙ୍ଗର ଶିଖରରେ ପହଞ୍ଚିଲେ ଦେବଭୂମୀ ଝିଅ - ଏଭରେଷ୍ଟ

ପିଥୋରଗଡ ଜିଲ୍ଲାର ଏକ ଛୋଟ ଗାଁର ଝିଅ ଶୀତଲ ରାଜ । ମାତ୍ର 24ବର୍ଷ ବୟସରେ ସଫଳତା ସହ ବିଶ୍ବର ଉଚ୍ଚତମ ଶୃଙ୍ଗ ମାଉଣ୍ଟ ଏଭରେଷ୍ଟର ଆରୋହଣ ।

ଫଟୋ ସୌଜନ୍ଯ:ସୋସିଆଲ ମିଡିଆ

By

Published : May 17, 2019, 12:41 AM IST

ଡେରାଡୁନ୍‌: ମାତ୍ର 24ବର୍ଷ ବୟସରେ ଦେବଭୂମୀର ଝିଅ ଶୀତଲ ରାଜ ବିଶ୍ବର ଉଚ୍ଚତମ ଶୃଙ୍ଗ ମାଉଣ୍ଟ ଏଭରେଷ୍ଟର ଶିଖରରେ ପାଦ ରଖିଛନ୍ତି । ଉତ୍ତରାଖଣ୍ଡ ରାଜ୍ୟର ସଲ୍ମୋଡା ଗାଁର ଶୀତଲ ରାଜ ଗୁରବାର(16 ମେ)ରେ ଏହି ସଫଳତା ହାସଲ କରିଛନ୍ତି । ଏନେଇ ଉତ୍ତରାଖଣ୍ଡ ପୋଲିସ୍‌ ମଧ୍ୟ ନିଜ ଟ୍ବିଟରରେ ଶୀତଲଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ସୂଚନା ମୁତାବକ, ସେ ଗତ 5 ଏପ୍ରିଲରେ ନେପାଳର କାଠମାଣ୍ଡୁର ବେସ୍‌ କ୍ୟାମ୍ପରୁ ଏଭରେଷ୍ଟ ବେସ୍‌ କ୍ୟାମ୍ପ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ । ଏହାପରେ 15 ଏପ୍ରିଲକୁ ସେହି ବେସ୍‌ କ୍ୟାମ୍ପରେ ପହଞ୍ଚିଥିଲେ । 12ମେରେ ବେସ୍‌ କ୍ୟାମ୍ପରେ ରହି ରକ୍‌ କ୍ଲାଇବିଙ୍ଗ୍‌ର ଅଭ୍ୟାସ କରିଥିଲେ । 13ମେରୁ ପୁଣି ଯାତ୍ରା ଆରମ୍ଭ କରି 16ମେ ଦିନ ଏଭରେଷ୍ଟର ଶିଖରରେ ପହଞ୍ଚି ଥିଲେ ।


ଦେବଭୂମୀର ଝିଅ ଶୀତଲଙ୍କ ନାଁରେ ପୂର୍ବରୁ ମଧ୍ୟ ଅନେକ ରେକର୍ଡ ରହିଛି । 2017 ମସିହାରେ ସେ ବିଶ୍ବର 3ୟତମ ଉଚ୍ଚତମ ଶୃଙ୍ଗ କାଞ୍ଚନଜଙ୍ଘାରେ ପହଞ୍ଚି ବିଶ୍ବ ରେକର୍ଡ କରିଥିଲେ । ସେତେବେଳେ ତାଙ୍କର ବୟସ ମାତ୍ର 22ବର୍ଷ ଥିଲା ।

ଏଠାରେ ସୂଚନାଯୋଗ୍ୟ, ପିଥୋରଗଡ ଜିଲ୍ଲାର ଏକ ଛୋଟ ଗାଁର ଝିଅ ଶୀତଲ ରାଜ । ତାଙ୍କ ବାପା ଟ୍ୟାକ୍ସି ଚାଳକ ଓ ମା ଜଣେ ଗୃହଣୀ ଅଟନ୍ତି । ଶୀତଲ ଦାର୍ଜିଲିଙ୍ଗର ହିମାଲୟନ ମାଉଣ୍ଟେନିୟରିଙ୍ଗ୍‌ ଇଂଷ୍ଟିଚ୍ୟୁଟରୁ ମାଉଣ୍ଟେନିୟରିଙ୍ଗ୍‌ରୁ କୋର୍ସ କରିଥଲେ । 2014ରୁ କଲେଜ ଜରିଆରେ ନିଜର ପ୍ରଥମ ଅଭିଯାନ ଆରମ୍ଭ କରିଥିଲେ ।

ABOUT THE AUTHOR

...view details