ଓଡିଶା

odisha

ETV Bharat / briefs

ଆଜିଠୁ ଝାରସୁଗୁଡାରୁ ଭୁବନେଶ୍ବରକୁ ଉଡିବ ବିମାନ

ଆଜିଠାରୁ ରାଜ୍ୟରେ ଆରମ୍ଭ ହେବ ନୂଆ ଅଧ୍ୟାୟ । ଝାରସୁଗୁଡା-ଭୁବନେଶ୍ବର ମଧ୍ୟରେ ମିଳିବ ବିମାନସେବା ।

ଫଟୋ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା

By

Published : Jun 4, 2019, 11:37 PM IST

Updated : Jun 5, 2019, 9:10 AM IST

ଝାରସୁଗୁଡା: ଝାରସୁଗୁଡାରେ ରାଜ୍ୟର ଦ୍ବିତୀୟ ବିମାନ ବନ୍ଦର କାର୍ଯ୍ୟକ୍ଷମ ହେବା ପରେ ଏହାର ସୁଫଳ ପାଉଛନ୍ତି ସ୍ଥାନୀୟ ଲୋକ । ଝାରସୁଗୁଡାରୁ ନିୟମିତ ବିମାନ ସେବା ମିଳିବା ପରେ ଏବେ ଝାରସୁଗୁଡା ବିମାନ ବନ୍ଦର ଉପରେ ସମଗ୍ର ପଶ୍ଚିମ ଓଡିଶା ସହିତ ପଡୋଶୀ ଛତିଶଗଡ଼ ଓ ଝାଡଖଣ୍ଡର ଯାତ୍ରୀମାନେ ମଧ୍ୟ ନିର୍ଭରଶୀଳ । ଝାରସୁଗୁଡା ବିମାନ ବନ୍ଦର କାର୍ଯ୍ୟକ୍ଷମ ହେବା ପରେ ସ୍ଥାନୀୟ ଅଞ୍ଚଳର ଆର୍ଥିକ, ସାମାଜିକ ବିକାଶ ହେବା ସହ ସମଗ୍ର ପଶ୍ଚିମ ଓଡ଼ିଶାରେ ଶିକ୍ଷା, ସ୍ୱାସ୍ଥ୍ୟ , ପଯ୍ୟଟନ ଶିଳ୍ପର ବିକାଶ ସହିତ ଶିଳ୍ପାୟନ କ୍ଷେତ୍ରରେ ଅଭିବୃଦ୍ଧି ଘଟିବ ଏଥି ସହ ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ସମ୍ବଲପୁରୀ ଶାଢ଼ୀ ଓ ହସ୍ତତନ୍ତ ର ବ୍ୟବସାୟ ବୃଦ୍ଧି ହୋଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା

ଗତ ମାର୍ଚ୍ଚ 31 ତାରିଖରୁ ସ୍ପାଇସଜେଟ ଝାରସୁଗୁଡାରୁ ବିମାନ ସେବା ଆରମ୍ଭ କରିଥିଲା । ଉଡାନ 3 ଯୋଜନାରେ ଝାରସୁଗୁଡା-ନୂଆଦିଲ୍ଲୀ, ନୂଆଦିଲ୍ଲୀ-ଝାରସୁଗୁଡା, ଝାରସୁଗୁଡା-କୋଲକାତା, କୋଲକାତା-ଝାରସୁଗୁଡା, ଝାରସୁଗୁଡା-ହାଇଦ୍ରାବାଦ, ହାଇଦ୍ରାବାଦ-ଝାରସୁଗୁଡା ମଧ୍ୟରେ ନିୟମିତ ଭାବେ ବିମାନ ସେବା ଚାଲୁଛି । ଏହାସହ ଆସନ୍ତକାଲି ଠାରୁ ଝାରସୁଗୁଡା- ଭୁବନେଶ୍ୱର ମଧ୍ୟରେ ବିମାନସେବା ମିଳିବ।

ଏହାସହ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ରାୟପୁରକୁ ମଧ୍ୟ ବିମାନ ଚଳାଚଳ କରିବ। ଏଥିପାଇଁ ଆସନ୍ତାକାଲି ଏକ ସ୍ବତନ୍ତ୍ର ଉତ୍ସବର ଆୟୋଜନ କରାଯାଇଛି ।

ଏହି ଉତ୍ସବରେ ସ୍ଥାନୀୟ ସାଂସଦ, ସୁରେଶ ପୁଝାରୀ, ବିଧାୟକ ତଥା ମନ୍ତ୍ରୀ ନବ ଦାସ ଏବଂ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ବିଭାଗର ଯୁଗ୍ମ ସଚିବ ଉଷା ପାଢ଼ୀ ଯୋଗଦେବେ । ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରର ନିର୍ଦ୍ଦେଶକ ଏସକେ ଚୌହ୍ୱାନଙ୍କ ସୂଚନା ମୁତାବକ ଆଲିଏନ୍ସ ଏୟାର ତରଫରୁ ATR-72 ବିମାନ ଚଳାଚଳ ଭୁବନେଶ୍ବରରୁ ଝାରସୁଗୁଡା ମଧ୍ୟରେ ବିମାନ ଚଳାଚଳ କରିବ । ଏହି କମ୍ପାନୀ ହେଉଛି ଏୟାର ଇଣ୍ଡିଆର ଏକ ସବସିଡାଏରି ସଂସ୍ଥା।


ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

Last Updated : Jun 5, 2019, 9:10 AM IST

ABOUT THE AUTHOR

...view details