ଓଡିଶା

odisha

ETV Bharat / briefs

ଆଇଟି ଚଢାଉ, 8 କୋଟି ସହ ସୁନା ଅଳଙ୍କାର ଜବତ

କୋଏମ୍ବାଟୁରର ଏକ ବ୍ୟବସାୟିକ ଅନୁଷ୍ଠାନ ଉପରେ ଆୟକର ବିଭାଗ ଚଢାଉ । ତେବେ ଏହି ବ୍ୟବସାୟିକ ଅନୁଷ୍ଠାନଟି ଜୁଆ ଖେଳରେ ସମ୍ପୃକ୍ତ ଥିଲା ବୋଲି ଜଣାପଡିଛି ।

By

Published : May 5, 2019, 3:53 AM IST

ପ୍ରତିକାତ୍ମକ ଫଟୋ

ଚେନ୍ନାଇ: କୋଏମ୍ବାଟୁରର ଏକ ବ୍ୟବସାୟିକ ଅନୁଷ୍ଠାନ ଉପରେ ଆୟକର ବିଭାଗ ଚଢାଉ କରି ପାଖାପାଖି 8 କୋଟି ଟଙ୍କା ଜବତ କରିବା ସହିତ ସୁନା ଅଳଙ୍କାର ଜବତ କରିଛି । ତେବେ ଏହି ବ୍ୟବସାୟିକ ଅନୁଷ୍ଠାନଟି ଜୁଆ ଖେଳରେ ସମ୍ପୃକ୍ତ ଥିଲା ବୋଲି ଜଣାପଡିଛି ।

ମିଳିଥିବା ସୂଚନା ମୁତାବକ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଉକ୍ତ ସଂସ୍ଥା ଉପରେ ଚଡାଉ କରିଥିଲା ଆଇଟି । ତେବେ ଚଢାଉ ସମୟରେ ସୁନା ଓ ହୀରା ଅଳଙ୍କାର ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ପାଖାପାଖି 24 କୋଟିରୁ ଊର୍ଦ୍ଧ୍ବ ହେବ ବୋଲି ଆୟକର ବିଭାଗ ପକ୍ଷରୁ କୁହାଯାଇଛି । ଏହା ସହିତ ନଗଦ 5 କୋଟି ଟଙ୍କା ମଧ୍ୟ ମିଳିଥିବା ଆୟକର ବିଭାଗ ପକ୍ଷରୁ ଜଣାପଡ଼ିଛି । ତେବେ ଜୁଆ ଖେଳରେ ବ୍ୟବହୃତ କିଛି ଟିକେଟ ମଧ୍ୟ ଜବତ କରିଛି ପୋଲିସ ।

ଏହା ମଧ୍ୟ ପଢନ୍ତୁ:ଶ୍ରୀଲଙ୍କା ଆକ୍ରମଣ, ପ୍ରଶିକ୍ଷଣ ପାଇଁ ଭାରତ ଆସିଥିଲେ ଆତଙ୍କବାଦୀ !


ତେବେ କମ୍ପାନୀର ଅନ୍ୟ ଶାଖା ଗୁଡ଼ିକରେ ଯଥା କୋଏମ୍ବାଟୁର, ଚେନ୍ନାଇ, ସିଲିଗୁଡି, ଗ୍ୟାଙ୍ଗଟକ, ଦିଲ୍ଲୀ, ମୁମ୍ବାଇ, ହାଇଦ୍ରାବାଦ, ଗୌହାଟୀ, ରାଞ୍ଚି ଓ ଲୁଧିଆନାରେ ମଧ୍ୟ ଚଢାଉ କରାଯିବ ବୋଲି ଆୟକର ବିଭାଗ ପକ୍ଷରୁ କୁହାଯାଇଛି ।

ABOUT THE AUTHOR

...view details