ଓଡିଶା

odisha

ETV Bharat / briefs

ବୌଦ୍ଧରେ ଅସଜଡା ପରିମଳ ବ୍ୟବସ୍ଥା - boudh

ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ମୌସୁମୀ ବର୍ଷା ଆରମ୍ଭ ହୋଇଥିବାବେଳେ ବର୍ଜ୍ୟ ସାମଗ୍ରୀ ଯୋଗୁଁ ପୌର ପରିଷଦର ବିଭିନ୍ନ ସ୍ଥାନରେ ନାଳ ଗୁଡିକ ପୋତି ହୋଇଯିବା ସହ ନଦୀରେ ନାଳନର୍ଦ୍ଦମାର ମଇଳା ପାଣି ମିଶୁଥିବା ଅଭିଯୋଗ ହୋଇଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

By

Published : Jun 23, 2019, 1:56 AM IST

ବୌଦ୍ଧ: ଜିଲ୍ଲାର ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଛି ମୌସୁମୀ ବର୍ଷା । ମାତ୍ର ଜିଲ୍ଲାର ଏକମାତ୍ର ପୌର ପରିଷଦର ବିଭିନ୍ନ ସ୍ଥାନରେ ବର୍ଜ୍ୟ ସାମଗ୍ରୀ ଯୋଗୁଁ ନାଳ ଗୁଡିକ ପୋତି ହୋଇଯିବା ସହ ନଦୀରେ ନାଳନର୍ଦ୍ଦମାର ମଇଳା ପାଣି ମିଶୁଥିବା ଅଭିଯୋଗ ହୋଇଛି । ଏଥିସହିତ ସହରର ଶଶ୍ମାନଘାଟ ମଧ୍ୟ ଅପରିଷ୍କାର ହୋଇ ପଡିରହିଥିବା ଜଣାପଡିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ସେପଟେ ପୌର ପରିଷଦର 17 ଗୋଟି ଓ୍ବାର୍ଡର ଦାୟିତ୍ୱରେ ଥିବା ସଫେଇ କର୍ମଚାରୀଙ୍କୁ ସ୍ବତନ୍ତ୍ର ତାଲିମ ପରିଷଦ ପକ୍ଷରୁ ଦିଆଯାଉଛି । ଅପରପକ୍ଷେ ଖୁବଶୀଘ୍ର ଜିଲ୍ଲାର ଏହି ସବୁ ସମସ୍ୟାର ସମାଧାନ ନିମନ୍ତେ ନୂତନ ଡିପିଆର ପ୍ରସ୍ତୁତ ହୋଇ ସାରିଥିବା କହିଛନ୍ତି ପୌର ଅଧିକାରୀ । ଯାହା ଖୁବଶୀଘ୍ର କାର୍ଯ୍ୟକାରୀ ହେବ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details