ଓଡିଶା

odisha

ETV Bharat / briefs

ତାଳଚେର-ବିମଳାଗଡ଼ ରେଳପଥ କାର୍ଯ୍ୟ ତ୍ବରାନ୍ବିତ ପାଇଁ ସମ୍ବଲପୁର ଲୋକସଭା ସାଂସଦଙ୍କ ଦାବି - ତାଳଚେର-ବିମଳାଗଡ଼ ରେଳପଥ କାର୍ଯ୍ୟ ତ୍ବରାନ୍ବିତ ପାଇଁ ସମ୍ବଲପୁର ଲୋକସଭା ସଂସାଦଙ୍କ ଦାବି

ତାଳଚେର-ବିମଳାଗଡ଼ ରେଳପଥ କାର୍ଯ୍ୟ ତ୍ବରାନ୍ବିତ କରିବା ସହ ସପ୍ଲିମେଣ୍ଟାରୀ ବଜେଟରେ ଏଥିପାଇଁ 500 କୋଟି ଟଙ୍କା ଆବଣ୍ଟନ କରିବାକୁ ଦାବି କରିଛନ୍ତି ସମ୍ବଲପୁର ଲୋକସଭା ସାଂସଦ । ଅଧିକ ପଢନ୍ତୁ...

ତାଳଚେର-ବିମଳାଗଡ଼ ରେଳପଥ କାର୍ଯ୍ୟ ତ୍ବରାନ୍ବିତ ପାଇଁ ସମ୍ବଲପୁର ଲୋକସଭା ସଂସାଦଙ୍କ ଦାବି
ତାଳଚେର-ବିମଳାଗଡ଼ ରେଳପଥ କାର୍ଯ୍ୟ ତ୍ବରାନ୍ବିତ ପାଇଁ ସମ୍ବଲପୁର ଲୋକସଭା ସଂସାଦଙ୍କ ଦାବି

By

Published : Aug 5, 2021, 7:30 PM IST

ଦେବଗଡ଼: ସ୍ୱାଧୀନତାର 73 ବର୍ଷ ପରେ ମଧ୍ୟ ଦେବଗଡ଼ ଜିଲ୍ଲାରେ ରେଳ ଯୋଗାଯୋଗ ସମ୍ଭବ ହୋଇପାରିନାହିଁ । ଫଳରେ ଦେବଗଡ଼ ଜିଲ୍ଲାର ବିକାଶ ପ୍ରକ୍ରିୟା ବାଧାପ୍ରାପ୍ତ ହେଉଛି । ଆଜକୁ ଦୀର୍ଘ ବର୍ଷ ହେଲା ଦେବଗଡ଼ ଜିଲ୍ଲା ଦେଇ ଯିବାକୁ ଥିବା ତାଳଚେର - ବିମଳାଗଡ଼ 154 କିଲୋମିଟର ନୂତନ ରେଳପଥ କାର୍ଯ୍ୟ ତ୍ଵରାନ୍ବିତ ହୋଇପାରୁନାହିଁ । ଏହି ପ୍ରକଳ୍ପର ପ୍ରସ୍ତାବିତ ମୂଲ୍ୟ 1928 କୋଟି ଟଙ୍କା ହୋଇଥିବା ବେଳେ , ଅଦ୍ୟାବଧି ମାତ୍ର 20 କିଲୋମିଟର କାର୍ଯ୍ୟ ପାଇଁ 839 କୋଟି ଟଙ୍କାର କାର୍ଯ୍ୟ ସମାପ୍ତ ହୋଇସାରିଛି । 20 କିଲୋମିଟରରୁ 43.50 କିଲୋମିଟର ପର୍ଯ୍ୟନ୍ତ କାର୍ଯ୍ୟ ଆରମ୍ଭ ହୋଇଛି କିନ୍ତୁ ଏହା ଅତ୍ୟନ୍ତ ଧୀର ମନ୍ଥର ଗତିରେ ଚାଲିଛି ।

ଏହି ପ୍ରକଳ୍ପ ପାଇଁ ରାଜ୍ୟ ସରକାର ଜମି ଅଧିଗ୍ରହଣରେ ବିଳମ୍ବ କରୁଥିବାରୁ କାର୍ଯ୍ୟ ଆଗେଇ ପାରୁନାହିଁ । ରାଜ୍ୟ ସରକାର ଜମି ଅଧିଗ୍ରହଣ କାର୍ଯ୍ୟକୁ ତ୍ଵରାନ୍ବିତ କରିବା ସହିତ ଅବଶିଷ୍ଟ 916 ଏକର ଜମି ରେଳ ମନ୍ତ୍ରାଳୟକୁ ହସ୍ତାନ୍ତର କରିବାକୁ ବାକି ଅଛି । ଅନ୍ୟ ପକ୍ଷରେ ଏହି ପ୍ରକଳ୍ପ ପାଇଁ ଗତ ବର୍ଷ ବଜେଟରେ 140 କୋଟି ଟଙ୍କା ଆବଣ୍ଟନ କରାଯାଇଥିଲା । ମାତ୍ର ଚଳିତ ବର୍ଷ ବଜେଟରେ ଏହି ପ୍ରକଳ୍ପ ପାଇଁ କେବଳ 10 କୋଟି ଟଙ୍କା ଆବଣ୍ଟନ କରାଯାଇଛି । ଯାହାକି ଅତ୍ୟନ୍ତ ନୈରାଶ୍ୟ ଜନକ । ତେଣୁ ଏହି ମର୍ମରେ ସାଂସଦ ଶ୍ରୀ ଗଙ୍ଗଦେଵ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଏକ ସୌଜନ୍ୟମୂଳକ ସାକ୍ଷାତ କରି ଏହି ପ୍ରକଳ୍ପ କାର୍ଯ୍ୟ ତ୍ଵରାନ୍ବିତ କରିବା ସହ ସପ୍ଲିମେଣ୍ଟାରୀ ବଜେଟରେ ଏଥିପାଇଁ 500 କୋଟି ଟଙ୍କା ଆବଣ୍ଟନ କରିବାକୁ ଦାବି କରିଛନ୍ତି ।

ତେବେ ପ୍ରସ୍ତାବିତ ତାଳଚେର-ବିମଳାଗଡ଼ ରେଳପଥ କାର୍ଯ୍ୟ ତୁରନ୍ତ ସମାପ୍ତ ହେଲେ ସମ୍ବଲପୁର ଲୋକସଭା ନିର୍ବାଚନ ମଣ୍ଡଳୀ ତଥା ବିଶେଷ କରି ପଛୁଆ ଜିଲ୍ଲା ଭାବେ ପରିଗଣିତ ଦେବଗଡ଼ ଜିଲ୍ଲା, ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ବିକାଶ ହୋଇପାରିବ ବୋଲି ସେ ଦୃଢ଼ ଆଶାବାଦୀ ଅଛନ୍ତି ।


ଦେବଗଡ଼ରୁ ସରୋଜ ଶତପଥି, ଇଟିଭି ଭାରତ

ABOUT THE AUTHOR

...view details