ସମ୍ବଲପୁର:ରାଜ୍ୟ ସରକାରଙ୍କ ଦ୍ୱାରା ଘୋଷିତ ଲକଡାଉନ ଯୋଗୁ ମେ 19 ଯାଏଁ ସମଲେଶ୍ବରୀ ମନ୍ଦିରକୁ ଶ୍ରଦ୍ଧାଳୁଙ୍କ ପାଇଁ ବାରଣ କରାଯାଇଥିବା ବେଳେ 19 ଯାଏଁ ମନ୍ଦିର ବନ୍ଦ ଥିଲା। ତେବେ ରାଜ୍ୟ ସରକାରଙ୍କ ଦ୍ୱାରା ପରିବର୍ଦ୍ଧିତ ଲକଡାଉନ ଅବଧିକୁ ଦେଖି ସମଲେଶ୍ବରୀ ମନ୍ଦିରକୁ ମଧ୍ୟ ଆସନ୍ତା 31 ଯାଏଁ ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ମନ୍ଦିର ଟ୍ରଷ୍ଟ ବୋର୍ଡ।
31 ଯାଏଁ ପାଇଁ ବନ୍ଦ ରହିବ ସମଲେଶ୍ବରୀ ମନ୍ଦିର - ସମ୍ବଲପୁର ଜିଲ୍ଲା ଖବର
ରାଜ୍ୟ ସରକାରଙ୍କ ଦ୍ୱାରା ପରିବର୍ଦ୍ଧିତ ଲକଡାଉନ ଅବଧି ଅନୁସାରେ ଆସନ୍ତା 31 ତାରିଖ ଯାଏ ବନ୍ଦ ରହିବ ମା ସମଲେଶ୍ବରୀ ମନ୍ଦିରରେ ସାଧାରଣ ଦର୍ଶନ । କୋଭିଡ ନିୟମ ପାଳନ ପୂର୍ବକ ଜାରି ରହିବ ମାଙ୍କ ନିତୀକାନ୍ତି । ଅଧିକ ପଢନ୍ତୁ...
![31 ଯାଏଁ ପାଇଁ ବନ୍ଦ ରହିବ ସମଲେଶ୍ବରୀ ମନ୍ଦିର 31 ଯାଏଁ ପାଇଁ ବନ୍ଦ ରହିବ ସମଲେଶ୍ବରୀ ମନ୍ଦିର](https://etvbharatimages.akamaized.net/etvbharat/prod-images/768-512-08:26:00:1621436160-od-sam-03-samaleswari-temple-closour-duration-extended-avo-7202776-19052021202300-1905f-1621435980-1061.jpg)
31 ଯାଏଁ ପାଇଁ ବନ୍ଦ ରହିବ ସମଲେଶ୍ବରୀ ମନ୍ଦିର
ଆସନ୍ତା ମେ 31 ତାରିଖ ପର୍ଯ୍ୟନ୍ତ ସମ୍ବଲପୁର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ବରୀଙ୍କ ମନ୍ଦିର ଶ୍ରଦ୍ଧାଳୁମାନଙ୍କ ପାଇଁ ବନ୍ଦ ରହିବ। ସରକାରଙ୍କ ଦ୍ୱାରା ପରିବର୍ଦ୍ଧିତ ଲକଡାଉନ କୁ ଦୃଷ୍ଟିରେ ରଖି ଆସନ୍ତା ମେ ୨୦ ତାରିଖ ରୁ ମେ ୩୧ ତାରିଖ ପର୍ଯ୍ୟନ୍ତ ଶ୍ରୀ ଶ୍ରୀ ସମଲେଶ୍ବରୀ ମନ୍ଦିରରେ ଭକ୍ତମାନଙ୍କ ପାଇଁ ଦର୍ଶନ ବନ୍ଦ ରହିବ । ତେବେ ଏହି ଦିନ ମାନଙ୍କରେ ମାଙ୍କ ସମସ୍ତ ନୀତିକାନ୍ତି ତଥା ଦୈନନ୍ଦିନ ପୂଜାର୍ଚ୍ଚନା ନିର୍ଘଣ୍ଟ ଅନୁସାରେ ପୂଜକ ମାନେ ସମ୍ପାଦିତ କରିବେ । ଏନେଇ ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି ସଞ୍ଜୟ ବାବୁ ସୂଚନା ଦେଇଛନ୍ତି ।