ଓଡିଶା

odisha

ETV Bharat / briefs

ଝାଡଖଣ୍ଡରେ ଆରଜେଡି ଦୁଇ ଫାଳ, ଗଠନ ହେଲା ନୂଆ ଦଳ

ବିହାରରେ ଘଡିସନ୍ଧି ମୁହୁର୍ତ୍ତ ଦେଇ ଗତିକରୁଥିବା ରାଷ୍ଟ୍ରିୟ ଜନତା ଦଳକୁ ଝାଡଖଣ୍ଡରେ ଲାଗିଛି ଜୋରଦାର ଝଟକା, ଝାଡଖଣ୍ଡ ଆରଜେଡିର ପୂର୍ବତନ ଅଧ୍ୟକ୍ଷଙ୍କ ନେତୃତ୍ବରେ ଗଠନ ହେଲା ନୂତନ ଦଳ ।

By

Published : Jun 23, 2019, 11:37 PM IST

ଫାଇଲ ଫଟୋ

ରାଞ୍ଚି: ବିହାରର ପ୍ରତିଷ୍ଠିତ ରାଜନୈତିକ ଦଳ ଆରଜେଡିକୁ ପଡୋଶୀ ରାଜ୍ୟ ଝାଡଖଣ୍ଡରେ ଜୋରଦାର ଝଟକା ଲାଗିଛି । ଆରଜେଡିର ପୂର୍ବତନ ଝାଡଖଣ୍ଡ ପ୍ରଦେଶ ଅଧ୍ୟକ୍ଷ ଗୌତମ ସାଗର ରାଣା ଅନ୍ୟ ଅସନ୍ତୁଷ୍ଟ ନେତାଙ୍କ ସହ ମିଶି ଏକ ନୂଆ ଦଳ ଗଠନ କରିଛନ୍ତି । ସେ ଏହି ଦଳର ନାମ ରାଷ୍ଟ୍ରୀୟ ଜନତା ଦଳ-ଲୋକତାନ୍ତ୍ରିକ ରଖିଛନ୍ତି । ତେବେ ଦଳ ଗଠନ ପରେ ଗୌତମ ସାଗର ରାଣାଙ୍କୁ ସର୍ବସମ୍ମତିରେ ଦଳର ଅଧ୍ୟକ୍ଷ ଭାବେ ଚୟନ କରାଯାଇଛି ।

ତେବେ ଝାଡଖଣ୍ଡ କ୍ୟାଡରର 90 ପ୍ରତିଶତ ଆରଜେଡି ନେତା ଲାଲୁ ପ୍ରସାଦଙ୍କ ଯାଦବଙ୍କୁ ନେଇ ଅସନ୍ତୁଷ୍ଟ ଥିଲେ । ଦଳରେ ଲୋକତନ୍ତ୍ର ପାଇଁ କୌଣସି ସ୍ଥାନ ନଥିଲା । ତେଣୁ ଆମେ ନିଜ ଦମରେ ରାଜ୍ୟର ଲୋକଙ୍କ ସେବା କରିବୁ ବୋଲି ଗୌତମ ସାଗର ରାଣା କହିଛନ୍ତି ।

ସୂଚନା ଯୋଗ୍ୟ ଯେ, ଝାଡଖଣ୍ଡର 81 ବିଧାନସଭା ଆସନ ମଧ୍ୟରୁ ଆରଜେଡି ଗୋଟିଏ ବି ଆସନ ଦଖଲ କରିପାରିନାହିଁ । ଲୋକସଭା ନିର୍ବାଚନରେ ମଧ୍ୟ ଆରଜେଡି କଂଗ୍ରେସ ଏବଂ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର ନେତୃତ୍ବାଧୀନ ମେଣ୍ଟ ସହ ମିଳିତ ଭାବରେ ନିର୍ବାଚନ ଲଢିଥିଲା । ତଥାପି ଗୋଟିଏ ବି ଆସନରେ ବିଜୟୀ ହୋଇପାରିନଥିଲା ।

ABOUT THE AUTHOR

...view details