ଓଡିଶା

odisha

ETV Bharat / briefs

ରିଲିଫ୍ ପାଇଁ ଚିନ୍ତାରେ 'ଫନି' ବିପନ୍ନ

ବାତ୍ୟା 'ଫନି'ରେ କିଏ ନିଜ ପ୍ରିୟ ପରିଜନଙ୍କୁ ହରାଇ ମ୍ରିୟମାଣ ହୋଇପଡିଛନ୍ତିତ କିଏ ନିଜ କୁଳ ବୃତ୍ତିକୁ ବିପନ୍ନ କରି ହତାଶ ହୋଇପଡିଛି ।

By

Published : May 9, 2019, 2:40 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ବାତ୍ୟା 'ଫନି' ମାଡରେ ଧନୀ, ଗରିବ ସମସ୍ତେ ବିପନ୍ନ । ଏଠି କାହାର ଘର ଭାଙ୍ଗିଛି ତ' କାହାର ବେଉସା ବୁଡିଛି । କିଏ ନିଜ ପ୍ରିୟ ପରିଜନଙ୍କୁ ହରାଇ ମ୍ରିୟମାଣ ହୋଇପଡିଛନ୍ତି ତ' କିଏ ନିଜ କୁଳ ବେଉଷାକୁ ହରାଇ ହତାଶ ହୋଇପଡିଛି । ସେପଟେ ରାଜ୍ୟ ସରକାର ଫନି ପାଇଁ ଘୋଷଣା କରିଥିବା ସ୍ବତନ୍ତ୍ର ପ୍ୟାକେଜ ଏବେ ଯେମିତି ବିପନ୍ନଙ୍କ ପାଇଁ ବୋଝ ଉପରେ ନଳିତା ବିଡା ସଦୃଶ୍ୟ ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

କାରଣ ଏବେ ଏନଏଫଏସଏ ଏବଂ ଏସଏଫଏସଏ ଅନ୍ତର୍ଭୁକ୍ତ ହିତାଧିକାରୀଙ୍କୁ କେବଳ ରିଲିଫ୍ ଦିଆଯାଉଛି । ଯାହାକୁ ନେଇ ଏବେ ଅସନ୍ତୋଷ ଦେଖାଦେଇଛି । ଏନଏଫଏସଏ ଏବଂ ଏସଏଫଏସଏ ଅନ୍ତର୍ଭୁକ୍ତ ହିତାଧିକାରୀଙ୍କୁ ୨୫୦୦ ଟଙ୍କା ଓ ୫୦ କିଲୋ ଚାଉଳ ଦିଆଯାଉଛି।

କିନ୍ତୁ ଏଠି ପ୍ରଶ୍ନ ଉଠୁଛି ଅଣପଞ୍ଜୀକୃତ ବାତ୍ୟାବିପନ୍ନ ଓ ପ୍ରଭାବିତ ଲୋକମାନଙ୍କୁ କିଏ ସହାୟତା ଯୋଗାଇବ। ସେମାନେ ବି ସମାନ ଦୁର୍ଦଶା ଭୋଗୁଛନ୍ତି। ସେମାନେ ରିଲିଫ ପାଇବା ନେଇ ସରକାର କଣ ନିୟମ ପ୍ରସ୍ତୁତ କରିବେ ତାକୁ ନେଇ ଆଶା ରଖିଛନ୍ତି ବିପନ୍ନ । ବାତ୍ୟାରେ ମୋର ଘର ଦ୍ୱାର ଭାଙ୍ଗିଯାଇଛି। କିଛି ସରକାରୀ ସାହାଯ୍ୟ ମିଳିନି। ଅନେକ ଥର ରେସନ କାର୍ଡ଼ ପାଇଁ ଆବେଦନ କରିଥିଲେ ବି କିଛି ଫଳ ମିଳୁନି। ମୁଁ ବିଏମସିର ଦ୍ୱାରସ୍ଥ ହେଇଛି କେମିତି କଣ କରି ସରକାରୀ ରିଲିଫ ମିଳିଲେ ଆମେ ଉପକୃତ ହେବୁ ବୋଲି ୟୁନିଟ ୩ର ରଞ୍ଜିତ ଭୂୟାଁ କହିଛନ୍ତି। ଆମର ରେସନ କାର୍ଡ଼ ନାହିଁ ଆମକୁ ରିଲିଫ ମିଳିନି।

ସେହିପରି ବାତ୍ୟାରେ ସବୁ ନଷ୍ଟ ହୋଇଯାଇଛି। ବିଏମସି ଆସିଥିଲୁ ଅଭିଯୋଗ ଦେଇଛୁ ଆଗକୁ ରିଲିଫ ମିଳିଲେ ବହୁତ ଖୁସି ଲାଗିବ ବୋଲି ୱାର୍ଡ ନଂ୬୨ ତାରିଣୀ ବସ୍ତିର ବବିତା ବିଶ୍ୱାଳ କହିଛନ୍ତି। ସେପଟେ ବିଏମସି ଅତିରିକ୍ତ ଆୟୁକ୍ତ ରାଜେନ୍ଦ୍ର ପଟ୍ଟନାୟକ କହିଛନ୍ତି ପ୍ରାୟ ୬୭ ଟି ୱାର୍ଡରେ ସମସ୍ତ କାର୍ଡ଼ ହିତାଧିକାରୀଙ୍କୁ ରିଲିଫ ଦିଆଯାଉଛି।

ଯେଉଁମାନଙ୍କର ରାସନ କାର୍ଡ଼ ନାହିଁ ସେମାନେ ଅଭିଯୋଗ ଦେଲେ ତଦନ୍ତ ହେବ ଆଉ ସେହି ଅନୁସାରେ ସହାୟତା ପ୍ରଦାନ କରାଯିବ ବୋଲି କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details