ଓଡିଶା

odisha

ETV Bharat / briefs

ତିହିଡି ମଦମୃତ୍ୟୁ ଘଟଣା: ଉଚ୍ଚସ୍ତରୀୟ ତଦନ୍ତ ନେଇ ଅବକାରୀ ସଚିବଙ୍କ ସୂଚନା - odisha

ଭଦ୍ରକ ତିହିଡି ମଦମୃତ୍ୟୁ ଘଟଣାରେ ଉଚ୍ଚସ୍ତରୀୟ ତଦନ୍ତ କରାଯିବା ନେଇ ସୂଚନା ଦେଲେ ଅବକାରୀ ସଚିବ ନିକୁଞ୍ଜ ଧଳ । ତିନୋଟି ବିଭାଗ ସ୍ବାସ୍ଥ୍ୟ, ରାଜସ୍ବ ଓ ଜିଲ୍ଲାପ୍ରଶାସନ ତଥା ସବକଲେକ୍ଟର ମିଳିତ ଭାବେ ତଦନ୍ତ କରିବେ ବୋଲି ଜଣାପଡିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Apr 30, 2019, 12:50 PM IST

ଭୁବନେଶ୍ବର: ଭଦ୍ରକ ତିହିଡି ମଦମୃତ୍ୟୁ ଘଟଣାରେ ଉଚ୍ଚସ୍ତରୀୟ ତଦନ୍ତ କରାଯିବା ନେଇ ସୂଚନା ଦେଲେ ଅବକାରୀ ସଚିବ ନିକୁଞ୍ଜ ଧଳ । ତିନୋଟି ବିଭାଗ ସ୍ବାସ୍ଥ୍ୟ, ରାଜସ୍ବ ଓ ଜିଲ୍ଲାପ୍ରଶାସନ ତଥା ସବକଲେକ୍ଟର ମିଳିତ ଭାବେ ତଦନ୍ତ କରିବେ ବୋଲି ଜଣାପଡିଛି । ତେବେ ଘଟଣାର ପ୍ରାଥମିକ ରିପୋର୍ଟ ହସ୍ତଗତ ହେବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ଦର୍ଶାଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ନିର୍ବାଚନ ଦିନ ଏଭଳି ଘଟଣା ଘଟିଥିବାରୁ ଏହାକୁ ଗୁରୁତର ସହ ଗ୍ରହଣ କରାଯାଇଥିବା ସେ କହିଛନ୍ତି । ଏହାସହ ଘଟଣାସ୍ଥଳକୁ ଅବକାରୀ କମିଶନରଙ୍କୁ ପଠାଯାଇଥିବା ସେ ଦର୍ଶାଇଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା କୌଣସି ସାମ୍ପୁଲ ସଂଗ୍ରହ କରାଯାଇ ପାରିନଥିବା ଜଣାପଡିଛି ।

ନିର୍ବାଚନର 48 ଘଣ୍ଟା ପୂର୍ବରୁ କଟକଣା ଥିବା ଯୋଗୁଁ ମଦ କାରବାର ବନ୍ଦ ଥିବାରୁ ଏହି ମଦ କେଉଁଠୁ ଆସିଛି, ତାହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବ ବୋଲି ସେ ଉଲ୍ଲେଖ କରିଛନ୍ତି ।

ସୂଚନା ଥାଉକି, ଗତକାଲି(ସୋମବାର) ମଦ ପିଇ ବର୍ତ୍ତମାନ ସୁଦ୍ଧା 4 ଜଣଙ୍କର ମୃତ୍ୟୁ ଘଟିଥିବା ସହ 30ରୁ ଅଧିକ ଲୋକ ଗୁରୁତର ଅଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details