ଓଡିଶା

odisha

ETV Bharat / briefs

ନକଲି ନୋଟ୍‌କୁ ଧରିବ ଆରବିଆଇର ନୂଆ ଆପ୍‌

ଆପ୍‌ ଓପନ୍‌ କରି ମୋବାଇଲର କ୍ୟାମେରା ସାମ୍ନାରେ ନୋଟ୍‌ ରଖିବା ମାତ୍ରେ ୟୁଜର୍‌କୁ ଭଏସ୍‌ ମାଧ୍ୟମରେ ସୂଚନା ପ୍ରଦାନ କରିବ ଏହା ଭାରତୀୟ ନୋଟ୍‌ ଓ ନୋଟ୍‌ର ମୂଲ୍ୟ ।

By

Published : May 7, 2019, 8:16 AM IST

ହାଇଦ୍ରାବାଦ: ଦୃଷ୍ଟିହୀନମାନେ ନୋଟ୍‌କୁ ସହଜରେ ଚିହ୍ନିବା ପାଇଁ ମୋବାଇଲକୁ ମାଧ୍ୟମ କରିବାକୁ ପ୍ରୟାସ କରୁଛନ୍ତି ସରକାର । ଏଥିପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କକୁ ଏକ ମୋବାଇଲ ଆପ୍‌ ତିଆରି କରିବା ପାଇଁ ଦାୟିତ୍ବ ଦିଆଯାଇଛି ।
ତେବେ ଏହି ଆପ୍‌ କେବଳ ନୋଟ୍‌ ଚିହ୍ନିବା ପାଇଁ ନୁହେଁ ଏଥିସହ ଏହି ଆପ୍‌ ଦ୍ବାରା ନୋଟ୍‌ ଅସଲି ନା ନକଲି ଜଣାପଡିବ ।

କେନ୍ଦ୍ରୀୟ ଅର୍ଥ ମନ୍ତ୍ରଳାୟର ଜଣେ ବରିଷ୍ଠ ଅଧିକାରୀଙ୍କ ମୁତାବକ, ଆରବିଆଇ ଏପରି ଏକ ଆପ୍‌ ଆଣିବ ଯାହା ଫଳରେ ଦୃଷ୍ଟିହୀନ ବ୍ୟକ୍ତିମାନେ ଭାରତୀୟ ନୋଟ୍‌ ଅଟେ କି ନାହିଁ ଜାଣି ପାରିବେ । ଏଥିସହ କେତେ ଟଙ୍କିଆ ନୋଟ୍‌ ବୋଲି ମଧ୍ୟ ଜାଣି ପାରିବେ ।

ଏହା ମଧ୍ୟ ପଢନ୍ତୁ: ଫନି ପରେ ଉଜୁଡା ଘର ସଜାଡୁଛି ବାସହରା


ଏଥିସହ ଆହୁରି ମଧ୍ୟ ସେ କହିଛନ୍ତି ଯେ, ଏହି ଆପ୍‌ ତିଆରି କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏଥିପାଇଁ ଏଜେନ୍ସିର ଚୟନ ହେବା ପରେ ଜଣା ପଡିବ ଯେ ଆପ୍‌ଟି କେବେ ଲଞ୍ଚ ହେବ ।

ତେବେ ଏହି ଆପ୍‌ ଓପନ୍‌ କରି ମୋବାଇଲର କ୍ୟାମେରା ସାମ୍ନାରେ ନୋଟ୍‌ ରଖିବା ମାତ୍ରେ ୟୁଜର୍‌କୁ ଭଏସ୍‌ ମାଧ୍ୟମରେ ସୂଚନା ପ୍ରଦାନ କରିବ ଏହା ଭାରତୀୟ ନୋଟ୍‌ ଅଟେ । ଏଥିସହ କେତେ ଟଙ୍କିଆ ନୋଟ୍‌ ମଧ୍ୟ କହିବ । ତେବେ ବଧିର ବ୍ୟକ୍ତି ଏହି ଆପ୍‌ ବ୍ୟବହାର କରୁଥିଲେ ଅନ୍ୟ ଏକ ମାଧ୍ୟମରେ ସୂଚନା ଦିଆଯିବାର ପ୍ରବନ୍ଧ ରହିବ ।

ABOUT THE AUTHOR

...view details