ଓଡିଶା

odisha

ETV Bharat / briefs

'ଏକ ଦେଶ ଏବଂ ଏକ ରାସନକାର୍ଡ' ଉପରେ କାମ କରୁଛି ସରକାର: ରାମବିଳାସ ପାଶୱାନ - one nation one ration card

ଦେଶର ଯେକୌଣସି ସ୍ଥାନରେ ଥିଲେ ବି ଏଣିକି ହିତାଧିକାରୀ ନିଜ ଭାଗର ପିଡିଏସ ସାମଗ୍ରୀ ପାଇପାରିବେ। ଗୁରୁବାର ଖାଦ୍ୟ ସୁରକ୍ଷା ପ୍ରସଙ୍ଗରେ ରାଜ୍ୟର ଖାଦ୍ୟ ସଚିବଙ୍କ ସହ ଆୟୋଜିତ ଏକ ସମ୍ମିଳନୀରେ କେନ୍ଦ୍ର ଖାଦ୍ୟମନ୍ତ୍ରୀ ରାମ ବିଳାସ ପାଶୱାନ କହିଛନ୍ତି । ସରକାର 'ଗୋଟିଏ ଦେଶ ଏବଂ ଗୋଟିଏ ରାସନକାର୍ଡ' ଉପରେ କାମ କରୁଥିବା ନେଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି।

ଫାଇଲ ଫଟୋ

By

Published : Jun 28, 2019, 10:45 AM IST

Updated : Jun 28, 2019, 11:13 AM IST

ନୂଆଦିଲ୍ଲୀ: 'ଏକ ଦେଶ ଏବଂ ଏକ ରାସନକାର୍ଡ' ଉପରେ କାମ କରୁଛନ୍ତି ସରକାର । ଏଥିରେ ହିତାଧିକାରୀ ଦେଶର କୌଣସି ସ୍ଥାନରେ ଥାଇ ମଧ୍ୟ ଯେକୌଣସି ରାସନ ଦୋକାନରୁ ନିଜ ଭାଗର ପିଡିଏସ୍ ସାମଗ୍ରୀ ପାଇପାରିବେ ।

ସରକାରଙ୍କ ଏହି ପଦକ୍ଷେପ ହିତାଧିକାରୀଙ୍କୁ ସ୍ବାଧୀନତା ପ୍ରଦାନ କରିବା ସହ ହିତାଧିକାରୀ କୌଣସି ଗୋଟିଏ ଦୋକାନରେ ବନ୍ଧା ହୋଇ ରହିବେ ନାହିଁ । ଖାଲି ସେତିକି ନୁହେଁ ଚାକିରି ପାଇଁ ବାହାରକୁ ଯାଉଥିବା ହିତାଧିକାରୀ ଏହାଦ୍ବାରା ଅଧିକ ଉପକୃତ ହେବେ । ଗୁରୁବାର ଖାଦ୍ୟ ସୁରକ୍ଷା ପ୍ରସଙ୍ଗରେ ରାଜ୍ୟର ଖାଦ୍ୟ ସଚିବଙ୍କ ସହ ଆୟୋଜିତ ଏକ ସମ୍ମିଳନୀରେ କେନ୍ଦ୍ର ଖାଦ୍ୟମନ୍ତ୍ରୀ ରାମ ବିଳାସ ପାଶୱାନ ଏହା କହିଛନ୍ତି ।

ଏହି ସମ୍ମିଳନୀରେ ଭାରତୀୟ ଖାଦ୍ୟ ନିଗମ (ଏଫସିଆଇ), କେନ୍ଦ୍ରୀୟ ଭଣ୍ଡାରଣ ନିଗମ (ସିଡବ୍ଲୁସି) ଏବଂ ରାଜ୍ୟ ଭଣ୍ଡାରଣ ନିଗମ (ଏସଡବ୍ଲ୍ୟୁସି)ର ଅଧିକାରୀ ଉପସ୍ଥିତ ଥିଲେ। ରାଷ୍ଟ୍ରୀୟ ଖାଦ୍ୟ ସୁରକ୍ଷା ଅଧିନିୟମର କୁଶଳ କ୍ରିୟାନ୍ୱୟନ, ପୂର୍ଣ୍ଣ କମ୍ପ୍ୟୁଟରୀକରଣ, ଖାଦ୍ୟାନ୍ନର ଭଣ୍ଡାରଣ ଏବଂ ବିତରଣରେ ପାରଦର୍ଶିତା ସହ ଏଫସିଆଇ, ସିଡବ୍ଲୁସି ଏବଂ ଏସଡବ୍ଲ୍ୟୁସି ଡିପୋର ଡିପୋ ଅନଲାଇନ ସିଷ୍ଟମ(ଡ୍ୟାନ୍ସ) ସହିତ ସମନ୍ଵୟ ଏବଂ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଯାଇଥିବା ଜଣାପଡିଛି।

Last Updated : Jun 28, 2019, 11:13 AM IST

ABOUT THE AUTHOR

...view details