ଓଡିଶା

odisha

ETV Bharat / briefs

ଆଉ ହୋମ କ୍ବାରେଣ୍ଟାଇନରେ ରହିବେନି ବାହାରୁ ଆସୁଥିବା ବ୍ୟକ୍ତି: ରାଜସ୍ଥାନ ସରକାର

ସାରାବିଶ୍ବରେ ବର୍ତ୍ତମାନ ମହାମାରୀ କୋରୋନା ଆତଙ୍କ ରଚାଇଥିବା ବେଳେ ବିଭିନ୍ନ ସ୍ଥାନରୁ ରାଜସ୍ଥାନକୁ ଆସୁଥିବା ଲୋକଙ୍କ ପାଇଁ ବାଧ୍ୟତାମୂଳକ 14 ଦିନିଆ ହୋମ କ୍ବାରେଣ୍ଟାଇନ ହଟାଇବାକୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ନିର୍ଦ୍ଦେଶ ଦେଇଛନ୍ତି। ଅଦିକ ପଢନ୍ତୁ...

By

Published : Jun 29, 2020, 12:19 PM IST

ଆଉ ହୋମ କ୍ବାରେଣ୍ଟାଇନରେ ରହିବେନି ବାହାର ରାଜ୍ୟ ବ୍ୟକ୍ତି : ରାଜସ୍ଥାନ ସରକାର
ଆଉ ହୋମ କ୍ବାରେଣ୍ଟାଇନରେ ରହିବେନି ବାହାର ରାଜ୍ୟ ବ୍ୟକ୍ତି : ରାଜସ୍ଥାନ ସରକାର

ଜୟପୁର: ସାରାବିଶ୍ବରେ ବର୍ତ୍ତମାନ ଆତଙ୍କ ରଚାଇଛି ମହାମାରୀ କୋରୋନା । ଏଭଳି ସ୍ଥିତିରେ ଦେଶର ବିଭିନ୍ନ ସ୍ଥାନରୁ ରାଜସ୍ଥାନକୁ ଆସୁଥିବା ଲୋକଙ୍କ ପାଇଁ ବାଧ୍ୟତାମୂଳକ 14 ଦିନିଆ ହୋମ କ୍ବାରେଣ୍ଟାଇନ ହଟାଇବାକୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ନିର୍ଦ୍ଦେଶ ଦେଇଛନ୍ତି। ଏପରିକି ଗ୍ରାମାଞ୍ଚଳରେ ଧାର୍ମିକ ଏବଂ ପୂଜା ସ୍ଥାନ ଖୋଲିବାକୁ ଅନୁମତି ଦେଇଛନ୍ତି ଯେଉଁଠାରେ ଜୁଲାଇ ପହିଲାରୁ ଭକ୍ତମାନେ ସୀମିତ ସଂଖ୍ୟାରେ ଆସିପାରିବେ । ଏହା ସହ ଶ୍ରଦ୍ଧାଳୁମାନେ ସାମାଜିକ ଦୂରତା ସମେତ କରୋନାକୁ ରୋକିବା ପାଇଁ ସମସ୍ତ ପ୍ରତିରକ୍ଷା ପଦକ୍ଷେପ ପାଳନ କରିବା ବାଧ୍ୟତାମୂଳକ ହେବ ବୋଲି ସେ କହିଛନ୍ତି ।

ରବିବାର ଦିନ କୋରୋନା ସଂକ୍ରମଣର ସ୍ଥିତି ଉପରେ ସମୀକ୍ଷା ବୈଠକରେ ଗେହଲଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ଗେହଲଟ କହିଛନ୍ତି ଯେ କେବଳ ସେହି ଧାର୍ମିକ ସ୍ଥାନଗୁଡିକ ଗ୍ରାମାଞ୍ଚଚଳରେ ଖୋଲିବାକୁ ଅନୁମତି ଦିଆଯିବ, ଯେଉଁଠାରେ ସାଧାରଣ ଦିନରେ ପ୍ରତିଦିନ 50 କିମ୍ବା କମ୍ ଲୋକ ଆସନ୍ତି । ଏହି ଅବଧି ମଧ୍ୟରେ ସ୍ୱାସ୍ଥ୍ୟ ନିୟମ ଯେପରିକି ସାମାଜିକ ଦୂରତା, ପରିମଳ ଏବଂ ମାସ୍କ ପିନ୍ଧିବା, ଧାର୍ମିକ ସ୍ଥାନଗୁଡିକ ପାଇଁ କେନ୍ଦ୍ର ସରକାରଙ୍କ ଦ୍ବାରା ଜାରି କରାଯାଇଥିବା ଷ୍ଟାଣ୍ଡାର୍ଡ ଅପରେଟିଂ ପଦ୍ଧତି (SOP) ର ଅନୁପାଳନ ନିଶ୍ଚିତ ହେବ।

ସ୍ୱାସ୍ଥ୍ୟ ବିଭାଗର ୱେବସାଇଟ୍ ଅନୁଯାୟୀ, ରାଜସ୍ଥାନରେ ଏପର୍ଯ୍ୟନ୍ତ 16,944 ଟି କୋରୋନା ମାମଲା ଚିହ୍ନଟ ହୋଇଛି। ସେମାନଙ୍କ ମଧ୍ୟରେ କେବଳ 3,186 ସକ୍ରିୟ ମାମଲା ଅଛି । ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ କୋରୋନାରେ 391 ଜଣଙ୍କର ମୃତ୍ୟୁ ହୋଇଛି। ଏଥି ସହିତ 13,367 ଲୋକ ଏହି ମହାମାରୀରୁ ସୁସ୍ଥ ହୋଇଛନ୍ତି।

ABOUT THE AUTHOR

...view details