ଓଡିଶା

odisha

ETV Bharat / briefs

ତାତିରୁ ତ୍ରାହି, 31ରେ ବର୍ଷା - osdiha

ରାଜ୍ୟରେ ଜାରି ରହିଛି ତାତି । ଭୁବନେଶ୍ବର ପାଣିପାଗ ବିଭାଗର ସୂଚନା ଅନୁସାରେ ଆସନ୍ତା 31ରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଘଡଘଡି ସହ ହୋଇପାରେ ବର୍ଷା ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

By

Published : Mar 27, 2019, 10:39 PM IST

ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି ତାତି । ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାର ତାପମାତ୍ରା 39ରୁ 40 ଡିଗ୍ରୀ ରହିଛି । ତେବେ ଭୁବନେଶ୍ବର ପାଣିପାଗ ବିଭାଗର ସୂଚନା ଅନୁସାରେ ଆସନ୍ତା 31ରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଘଡଘଡି ସହ ହୋଇପାରେ ବର୍ଷା । ବୁଧବାର ମାଲକାନଗିରିରେ ସର୍ବାଧିକ 40.5 ଡିଗ୍ରୀ ତାପମାତ୍ରା ରେକର୍ଡ କରିଥିବା ବେଳେ ଟିଟିଲାଗଡ଼ରେ ତାପମାତ୍ରା 39 ଡିଗ୍ରୀ ରହିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

କିଛିଦିନ ହେବରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବା ଯୋଗୁଁ ଦିନ 10 ଟା ରୁ ସନ୍ଧ୍ଯା 5 ଟା ପର୍ଯ୍ୟନ୍ତ ଘରୁ ବାହାରିବା ମୁସକିଲ ହୋଇପଡ଼ିଛି । ରାଜ୍ୟର ଅଧିକାଂଶ ସ୍ଥାନରେ ପାରଦ 35 ଡିଗ୍ରୀ ଉପରେ ରହୁଛି। ଦକ୍ଷିଣ ଓଡିଶା, ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲାରେ ତାପମାତ୍ରା 40 ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ହୋଇଛି ।

ଆସନ୍ତା 27 ଓ 28 ରେ ସୁନ୍ଦରଗଡ, ମୟୁରଭଞ୍ଜ , ବାଲେଶ୍ୱର ,ଯାଜପୁର ,କେନ୍ଦ୍ରାପଡ଼ା ଆଦି ଅଞ୍ଚଳରେ ଅଳ୍ପ ବର୍ଷା ହୋଇ ପାରେ ବୋଲି ପାଣିପାଗ କାର୍ଯ୍ୟାଳୟ ତରଫରୁ ସୂଚନା ମିଳିଛି । ଏହା ସହ ଆଜି ସନ୍ଧ୍ୟାରେ ମଧ୍ୟ ରାଜ୍ୟର କିଛି ଜିଲ୍ଲାରେ ଅଳ୍ପ ବର୍ଷା ହେବାର ସମ୍ଭାବନା ରହିଛି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details