ନୂଆଦିଲ୍ଲୀ: ଛତ୍ରପୁରର ରାଧାସ୍ବାମୀ ବିସରେ ଥିବା COVID-19 ସେଣ୍ଟରକୁ 30,000 ବେଡସିଟ୍ ଏବଂ ତକିଆ କଭର ଯୋଗାଇଲା ଭାରତୀୟ ରେଳବାଇ । ଏନେଇ କେନ୍ଦ୍ର ଗୃହମନ୍ତ୍ରୀ ଜି କିଶନ ରେଡ୍ଡୀ ଶନିବାର ସୂଚନା ଦେଇଛନ୍ତି । ‘ରାଧା ସୋମି ବିସରେ ଥିବା 10,000 ଶଯ୍ୟା ବିଶିଷ୍ଟ COVID-19 ସେଣ୍ଟର ସବୁଠାରୁ ବଡ ଅଟେ। ତେଣୁ ଭଗବାନଙ୍କ ନିକଟରେ ପ୍ରାର୍ଥନା ଯେ ରୋଗୀଙ୍କ ସଂଖ୍ୟା କମ୍ ରୁହନ୍ତୁ ଏବଂ ଶଯ୍ୟାଗୁଡିକ ଉପଯୋଗ ହୋଇ ନ ପାରୁ’ବୋଲି ରେଡ୍ଡୀ କହିଛନ୍ତି ।
କୋଭିଡ ସେଣ୍ଟରକୁ 30 ହଜାର ବେଡସିଟ୍ ଓ ପିଲୋ କଭର ଦେଲା ଭାରତୀୟ ରେଳବାଇ - ଛତ୍ରପୁରର ରାଧା ସୋମି ବିସ
ଛତ୍ରପୁରର ରାଧା ସୋମି ବିସରେ ଥିବା COVID-19 ସେଣ୍ଟରକୁ 30,000 ବେଡସିଟ୍ ଏବଂ ତକିଆ କଭର ଯୋଗାଇଲା ଭାରତୀୟ ରେଳବାଇ । ଏନେଇ କେନ୍ଦ୍ର ଗୃହମନ୍ତ୍ରୀ ଜି କିଶନ ରେଡ୍ଡୀ ଶନିବାର ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...
କୋଭିଡ ସେଣ୍ଟରକୁ 30,000 ବେଡସିଟ୍, ପିଲୋ କଭର ଦେଲା ଭାରତୀୟ ରେଳବାଇ
ଏହାପୂର୍ବରୁ ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଛତ୍ରପୁରର COVID-19 କେୟାର ସେଣ୍ଟର ପରିଦର୍ଶନ କରିଛନ୍ତି। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅନୁଯାୟୀ ଦିଲ୍ଲୀ ଏପର୍ଯ୍ୟନ୍ତ 77,240 ଟି କୋରୋନା ମାମଲା ରିପୋର୍ଟ କରିଛି।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ