ରାଉରକେଲା: ରାଉରକେଲା ରେଲୱେ ପୋଲିସ ଆଜି 24ବର୍ଷ ପୁରୁଣା ମାମଲାର ଫାଇଲ ଖୋଲିଛି । ରେଳ ବିଭାଗରେ ଅନିୟମିତତା ଅଭିଯୋଗର ତଦନ୍ତ ଆରମ୍ଭ କରିଛି ରେଳବାଇ ପୋଲିସ । ସୂଚନା ମୁତାବକ 1990ରୁ 1995 ମଧ୍ୟରେ ଆରପିଏଫ ପୋଷ୍ଟ ପ୍ରଭାରୀ ଥିବା ଡି ଡି ଭଟ୍ଟାଚାର୍ଯ୍ୟ, ଏସ କେ ମୁଖାର୍ଜୀ ଓ ଏନ ଏନ ସିଂହଙ୍କ ବିରୋଧରେ ମାମଲା ରୁଜୁ କରିଛି ରାଉରକେଲା ରେଲୱେ ଥାନା । ଏହି ତିନିଜଣ ଅଧିକାରୀଙ୍କ ସମୟରେ ରେଲୱେ ଗୋଦାମ ଘରୁ 39 ଟି ବ୍ରାସ ବେୟରିଂ ଗାଏବ ହୋଇଥିଲା ।
ଚେଇଁଲା ରେଳବାଇ ପୋଲିସ, 24ବର୍ଷ ପରେ ହେବ ତଦନ୍ତ - GRPF
ଦୁଇ ଦଶନ୍ଧି ପରେ ନିଦରୁ ଉଠିଲା ପୋଲିସ । ରେଳ ବିଭାଗ ଅନିୟମିତତା ଅଭିଯୋଗର ତଦନ୍ତ କରିବ ରେଲୱେ ପୋଲିସ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା
ଏହି ଘଟଣାକୁ ନେଇ ଆରପିଏଫ ପକ୍ଷରୁ ଏତଲା ଦିଆଯିବା ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ