ଓଡିଶା

odisha

ETV Bharat / briefs

ଆଜି ବିଜେପିର 12ଘଣ୍ଟିଆ ପଶ୍ଚିମବଙ୍ଗ ବନ୍ଦ ଡାକରା - CM WEST BENGAL

ଗତ ଦୁଇଦିନ ତଳେ ପଶ୍ଚିମବଙ୍ଗରେ ହୋଇଥିବା ହତ୍ୟାକାଣ୍ଡର ପ୍ରତିବାଦରେ ଆଜି 12ଘଣ୍ଟିଆ ବନ୍ଦ ଡାକରା ଦେଇଛି ବିଜେପି ।

ଫଟୋ ସୌଜନ୍ୟ: ଏଏନଆଇ

By

Published : Jun 10, 2019, 8:13 AM IST

ପଶ୍ଚିମବଙ୍ଗ: ସାଧାରଣ ନିର୍ବାଚନ ପରଠାରୁ ପଶ୍ଚିମବଙ୍ଗରେ ଦେଖାଦେଇଥିବା ହିଂସା ଥମିବାର ନା ଧରୁନାହିଁ । ଦିନକୁ ଦିନ ଏହି ପ୍ରଦେଶରେ ହିଂସା ଉଗ୍ରରୂପ ଧାରଣ କରିଛି ଯାହାକୁ ନେଇ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଚିନ୍ତାବ୍ୟକ୍ତ କରିଛି । ଗତ ଦୁଇଦିନ ତଳେ ପଶ୍ଚିମବଙ୍ଗର ବଶିରହାଟରେ ବିଜେପି ଓ ଟିଏମସି ମଧ୍ୟରେ ସଂଘର୍ଷ ଘଟି 5ଜଣ କାର୍ଯ୍ୟକର୍ତ୍ତାଙ୍କ ହତ୍ୟାପରେ ସ୍ଥିତି ଅଧିକ ସଂଗୀନ ହୋଇପଡିଛି ।

ଏହି ସଂଘର୍ଷରେ ବିଜେପିର 3ଜଣ ଓ ଟିଏମସିର 2ଜଣଙ୍କ ମୃତ୍ୟୁ ଘଟିଥିଲା । ଗତକାଲି ଏହି ଘଟଣାରେ ମୃତ୍ୟୁବରଣ କରିଥିବା ବିଜେପି କର୍ମୀଙ୍କ ଘରକୁ ବିଜେପି ନେତା ଯିବା ପାଇଁ ଚାହିଁଥିଲେ କିନ୍ତୁ ପଶ୍ଚିମବଙ୍ଗ ପ୍ରଶାସନ ଅନୁମତି ଦେଇନଥିଲା । ଏଥିସହ ମୃତ କର୍ମୀଙ୍କ ପାର୍ଥିବ ଶରୀର ଦଳୀୟ କାର୍ଯ୍ୟାଳୟକୁ ନେବାପାଇଁ ମଧ୍ୟ ପ୍ରଶାସନ ବାରଣ କରିଥିଲା ଯାହାକୁ ନେଇ ମମତାଙ୍କ ଉପରେ ବିଜେପି ବର୍ଷିଛି।

ଏହି ଘଟଣାକୁ ନେଇ ବିଜେପି ଆଜି ପଶ୍ଚିମବଙ୍ଗରେ ବନ୍ଦ ଡାକରା ଦେଇ କଳା ଦିବସ ମଧ୍ୟ ପାଳୁଛି। ପଶ୍ଚିମବଙ୍ଗର ପୂର୍ବତନ ବିଜେପି ସଭାପତି ରାହୁଲ ସିହ୍ନା ଗତକାଲି ସୂଚନା ଦେଇ କହିଥିଲେ ସୋମବାର ଦିନ ଦଳ ପଶ୍ଚିମବଙ୍ଗରେ ବନ୍ଦ ପାଳନ କରିବ । ସେ ଆହୁରି କହିଛନ୍ତି ଯେ ବଶିରହାଟ ଘଟଣାରେ ପୋଲିସ ଯେଉଁ ଭୂମିକା ତୁଳାଇଛି ତା ବିରୋଧରେ ଆମେ କୋର୍ଟକୁ ଯିବୁ ।

ଅନ୍ୟପଟେ ବଶିରଘାଟର ସ୍ଥିତି ସଂଗୀନ ଥିବା ଦେଖି ଇଣ୍ଟରନେଟ ସେବାକୁ ବନ୍ଦ କରିଦିଆଯାଇଛି ।

ABOUT THE AUTHOR

...view details