ନୂଆଦିଲ୍ଲୀ: ସଂସଦର ଉଭୟ ଗୃହର ମିଳିତ ଅଧିବେଶନରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ବେଳେ କଂଗ୍ରେସ ଅଧ୍ଯକ୍ଷ ରାହୁଲ ଗାନ୍ଧୀ ନିଜ ଫୋନରେ ବ୍ୟସ୍ତ ଥିବାର ଏକ ଭିଡିଓ ଭାଇରାଲ ହୋଇଛି । ଯାହାକୁ ନେଇ ବିଜେପିର କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ ଏବଂ ବାବୁଲ ସୁପ୍ରିୟୋ କଂଗ୍ରେସ ଅଧ୍ୟକ୍ଷଙ୍କୁ ଟାର୍ଗେଟ କରିଥିଲେ। କଂଗ୍ରେସର ବରିଷ୍ଠ ନେତା ଆନନ୍ଦ ଶର୍ମା ଯେଉଁଭଳି ଭାବେ ବିଜେପିକୁ ପାଲଟା ଜବାବ ଦେଇଥିଲେ ତାହା ଆଶ୍ଚର୍ଯ୍ୟଜନକ ଥିଲା ।
ରାଷ୍ଟ୍ରପତିଙ୍କ ଅଭିଭାଷଣ ବେଳେ ଫୋନରେ ବ୍ୟସ୍ତ ଥିଲେ ରାହୁଲ
ରାଷ୍ଟ୍ରପତିଙ୍କ ଅଭିଭାଷଣ ବେଳେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମୋବାଇଲରେ ଫୋନରେ ବ୍ୟସ୍ତ ଥିବାର ଏକ ଭିଡିଓ ଭାଇରାଲ ହୋଇଛି। ଯାହାକୁ ନେଇ ତାଙ୍କୁ ଟାର୍ଗେଟ କରିଥିଲେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ ଏବଂ ବାବୁଲ ସୁପ୍ରିୟୋ ।
ଫାଇଲ ଫଟୋ
ରାଷ୍ଟ୍ରପତିଙ୍କ ଅଭିଭାଷଣରେ କେତେକ କଠିନ ଶଦ୍ଦର ଅର୍ଥ ରାହୁଲ ବୁଝିପାରିନଥିବାରୁ ତାଙ୍କ ସହ ଆଲୋଚନା କରୁଥିବା ନେଇ ବୋଲି କହିଥିଲେ ଗିରିରାଜ। ଆଉ ସେହିସବୁ କଠିନ ଶଦ୍ଦର ଅନୁବାଦ ପାଇଁ ସେ ଫୋନର ବ୍ୟବହାର କରିଥିଲେ। କଂଗ୍ରେସ ନେତାଙ୍କ କଥାଟି ଏଥିପାଇଁ ଆଶ୍ଚର୍ଯ୍ୟଜନକ ଥିଲା କାରଣ ରାଷ୍ଟପତି କୋବିନ୍ଦ ନିଜ ଭାଷଣରେ ସାଧାରଣ ଜୀବନରେ କୁହାଯାଉଥିବା ହିନ୍ଦୀ ଭାଷାର ପ୍ରୟୋଗ କରିଥିଲେ ।