ଓଡିଶା

odisha

ETV Bharat / briefs

ସମୟ ସରିଗଲା, ରାହୁଲ ଉତ୍ତର ଦେଲେନି: ସୁବ୍ରମଣ୍ୟମ ସ୍ବାମୀ - AICC

ସୁବ୍ରମଣ୍ୟମ ସ୍ବାମୀ ଅଭିଯୋଗ ଯେ ରାହୁଲ ଗାନ୍ଧୀ ହେଉଛନ୍ତି ବ୍ରିଟିଶ ନାଗରିକ। ଏହି ଅଭିଯୋଗକୁ ପ୍ରମାଣ କରିବା ପାଇଁ ସେ କିଛି ଦସ୍ତାବିଜ ମଧ୍ୟ ଦେଇଛନ୍ତି । ଏହାସହ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ଚିଠି ଲେଖି ଦାବି କରିଛନ୍ତି ରାହୁଲ ଗାନ୍ଧୀଙ୍କ ଭାରତୀୟ ନାଗରିକତା ରଦ୍ଦ କରାଯାଉ ।

ଫାଇଲ ଫଟୋ

By

Published : Jun 10, 2019, 11:54 AM IST

ନୂଆଦିଲ୍ଲୀ: କିଛିଦିନର ନିରବତା ପରେ ପୁଣିଥରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଘେରିଛନ୍ତି ଆଇନଜୀବୀ ତଥା ବିଜେପି ନେତା ସୁବ୍ରମଣ୍ୟମ ସ୍ବାମୀ । ସୁବ୍ରମଣ୍ୟ ସ୍ବାମୀ ଟ୍ବିଟ କରି କହିଛନ୍ତି ମୁଁ ଗୃହମନ୍ତ୍ରଣାଳୟରେ ଯେଉଁ ଅଭିଯୋଗ କରିଥିଲି ତାହାର ଜବାବ ବର୍ତ୍ତମାନ ସୁଦ୍ଧା କଂଗ୍ରେସ ଅଧ୍ୟକ୍ଷ ଦେଇନାହାନ୍ତି ।


ସମ୍ବିଧାନର ଧାରା 9 ଅନୁସାରେ ରାହୁଲ ଗାନ୍ଧୀ ଭାରତୀୟ ନାଗରିକ ହୋଇପାରିବେ ନାହିଁ । ରାହୁଲ ଗାନ୍ଧୀ ବ୍ରିଟିଶ ନାଗରିକ ବୋଲି ଯେଉଁ ଅଭିଯୋଗ କରିଥିଲି ତାହାର ଉତ୍ତର ଦେବା ପାଇଁ କଂଗ୍ରେସ ଗୃହ ମନ୍ତ୍ରଣାଳୟ ଠାରୁ 15ଦିନର ସମୟ ନେଇଥିଲା କିନ୍ତୁ ବର୍ତ୍ତମାନ ସୁଦ୍ଧା ଉତ୍ତର ରଖିନାହିଁ ବୋଲି ସ୍ବାମୀ କହିଛନ୍ତି । ସୁବ୍ରମଣ୍ୟମ ସ୍ବାମୀ ରାହୁଲଙ୍କ ନାଗରିକତା ଉପରେ ପ୍ରଶ୍ନ ଉଠାଇ ଗୃହ ମନ୍ତ୍ରଣାଳୟ ନିକଟରେ ଅଭିଯୋଗ କରିଥିଲେ ।

ଏହାପରେ ଗୃହ ମନ୍ତ୍ରଣାଳୟ ରାହୁଲଙ୍କୁ ନୋଟିସ ଜାରି କରି ଏହି ପ୍ରସଙ୍ଗରେ ଜବାବ ମାଗିଥିଲେ । ଗତ କିଛିଦିନ ତଳେ ଏହି ପ୍ରସଙ୍ଗରେ ସୁପ୍ରିମ କୋର୍ଟରେ ଦାୟର ହୋଇଥିବା ଏକ ଜନସ୍ବାର୍ଥ ମାମଲାକୁ ସର୍ବୋଚ୍ଚ ଅଦାଳତ ନାକଚ କରିଦେଇଥିଲେ । ବିଚାରପତି ଏଚଏଲ ଦତ୍ତୁ ଓ ବିଚାରପତି ଅମିତାଭ ରାୟଙ୍କ ଖଣ୍ଡପୀଠ ମାମଲା ଖାରଜ କରି କହିଥିଲେ ପିଆଇଏଲ ମାମଲା କୌଣସି ବ୍ୟକ୍ତି କୈନ୍ଦ୍ରିକ ହୋଇପାରିବ ନାହିଁ ବୋଲି କହିବା ସହ ଅଭିଯୋଗକାରୀଙ୍କୁ ପ୍ରଶ୍ନ କରିଥିଲେ କୌଣସି ବ୍ୟକ୍ତିବିଶେଷଙ୍କ ବିରୋଧରେ ଯାଞ୍ଚ ପାଇଁ କେବେ ଜନସ୍ବାର୍ଥ ମାମଲା ଦାୟର କରାଯାଏ କି? ଆପଣ ଏହି ମାମଲାରେ ନିର୍ବାଚନ ଅଧିକାରୀଙ୍କ ନିକଟରେ କାହିଁକି ଅଭିଯୋଗ କରିନାହାଁନ୍ତି ? ନିମ୍ନ ଅଦାଳତ କାହିଁକି ଗଲେ ନାହିଁ ବୋଲି ପ୍ରଶ୍ନକରି ମାମଲାକୁ ଖାରଜ କରିଥିଲେ ।

ସୂଚନାଯୋଗ୍ୟ ଯେ ରାହୁଲଙ୍କ ଦ୍ବେତ ନାଗରିକତାକୁ ନେଇ ସିବିଆଇ ତଦନ୍ତ ଦାବି କରି ସୁପ୍ରିମକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର ହୋଇଥିଲା । ସୁବ୍ରମଣ୍ୟମ ସ୍ବାମୀ ଅଭିଯୋଗ କରିଥିଲେ ରାହୁଲ ଗାନ୍ଧୀ ହେଉଛନ୍ତି ବ୍ରିଟିଶ ନାଗରିକ ଆଉ ଏହାକୁ ପ୍ରମାଣ କରିବା ପାଇଁ କିଛି ଦସ୍ତାବିଜ ମଧ୍ୟ ସେ ଦେଇଛନ୍ତି । ଏହାସହ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ଚିଠି ଲେଖି ଦାବି କରିଥିଲେ ରାହୁଲ ଗାନ୍ଧୀଙ୍କ ଭାରତୀୟ ନାଗରିକତା ରଦ୍ଦ କରାଯାଉ ।

ସ୍ବାମୀଙ୍କ ଅଭିଯୋଗ ହେଉଛି ଲଂଣ୍ଡନରେ ପଞ୍ଜିକୃତ ଏକ କମ୍ପାନୀର ନିର୍ଦ୍ଦେଶକ ସହ ପୁଞ୍ଜି ନିବେଶ କରିଛନ୍ତି । ଆଉ 2005 ଓ 2006ରେ ଏହି କମ୍ପାନୀର ଦସ୍ତାବିଜରେ ନିଜକୁ ରାହୁଲ ବ୍ରିଟଶ ନାଗରିକ ଦର୍ଶାଇଛନ୍ତି । ଜଣେ ବ୍ୟକ୍ତି ଦୁଇଟି ଦେଶର ନାଗରିକ ହୋଇପାରିବ ନାହିଁ ରାହୁଲ ଏହା କରି ଭାରତର ସମ୍ବିଧାନ ଓ ସଂସଦକୁ ଅପମାନିତ କରିଛନ୍ତି ତେଣୁ ତାଙ୍କର ନାଗରିକତାଓ ସାଂସଦ ପଦ ରଦ୍ଦ କରାଯାଉ ବୋଲି ସୁବ୍ରମଣ୍ୟମ ସ୍ବାମୀ ଦାବି କରିଆସୁଛନ୍ତି ।

ABOUT THE AUTHOR

...view details