ନୂଆଦିଲ୍ଲୀ:ପୂର୍ବତନ ଭାରତୀୟ କ୍ୟାପଟେନ ତଥା ବର୍ତ୍ତମାନର ଜାତୀୟ କ୍ରିକେଟ ଏକାଡେମୀ(NCA) ମୁଖ୍ୟ ରାହୁଲ ଦ୍ରାବିଡ ହେବେ ଭାରତୀୟ କ୍ରିକେଟ ଟିମର ମୁଖ୍ୟ କୋଚ । ଜୁଲାଇରେ ଶ୍ରୀଲଙ୍କା ଗସ୍ତ କରିବାକୁ ଭାରତୀୟ ଟିମର ସୂଚୀ ରହିଛି । ଏହି ଗସ୍ତରେ 3ଟି ଟି20 ଓ 3ଟି ଦିନିକିଆ ମ୍ୟାଚ ଖେଳିବ ଭାରତୀୟ ଦଳ । ଏହି ଗସ୍ତରେ ଦ୍ରାବିଡଙ୍କୁ ଟିମ ଇଣ୍ଡିଆର ମୁଖ୍ୟ କୋଚ ଭୂମିକାରେ ଦେଖିବାକୁ ମିଳିବ ।
ବର୍ଷ 2014 ଇଂଲଣ୍ଡ ଗସ୍ତ ସମୟରେ ବ୍ୟାଟିଂ ପରାମର୍ଶଦାତା ଭାବେ ଟିମ ଇଣ୍ଡିଆ ସହ ଯାତ୍ରା କରିଥିଲେ ଦ୍ରାବିଡ । ଏହାପରେ ଏହା ଦ୍ବିତୀୟ ଅବସର ହେବ, ଏନସିଏ ମୁଖ୍ୟଙ୍କ ନେତୃତ୍ବରେ ଟିମର ଶ୍ରୀଲଙ୍କା ଗସ୍ତ କରିବ ।