ଓଡିଶା

odisha

ETV Bharat / briefs

QS ୱାର୍ଲ୍ଡ ରାଙ୍କିଂରେ ଭାରତର ସର୍ବୋଚ୍ଚ ସ୍ଥାନରେ ‘କିଟ୍’ - କ୍ୟୁଏସ୍‍ ୱାର୍ଲ୍ଡ ରାଙ୍କିଙ୍ଗ

କ୍ୟୁଏସ୍‍ ୱାର୍ଲ୍ଡ ରାଙ୍କିଙ୍ଗରେ କିଟକୁ ମିଳିଲା ସର୍ବୋଚ୍ଚ ସ୍ଥାନ। ଏହି ରାଙ୍କିଂ ପ୍ରଦାନ କରାଯିବା ପରେ କିଟ୍‍ ବିଶ୍ବବିଦ୍ୟାଳୟ ଭାରତର ପ୍ରଥମ ‘କ୍ୟୁଏସ୍‍ ଫାଇଭ୍‍ ଷ୍ଟାର ରେଟେଡ୍‍’ ବିଶ୍ବବିଦ୍ୟାଳୟ ମାନ୍ୟତା ପ୍ରାପ୍ତ କରିଛି । ଅଧିକ ପଢନ୍ତୁ...

ଭାରତର ସର୍ବୋଚ୍ଚ ସ୍ଥାନରେ  ‘କିଟ୍’
ଭାରତର ସର୍ବୋଚ୍ଚ ସ୍ଥାନରେ ‘କିଟ୍’

By

Published : Apr 29, 2021, 4:10 PM IST

ଭୁବନେଶ୍ବର: କ୍ୟୁଏସ୍‍ ୱାର୍ଲ୍ଡ ରାଙ୍କିଙ୍ଗରେ କିଟକୁ ମିଳିଲା ସର୍ବୋଚ୍ଚ ସ୍ଥାନ। ଏହି ରାଙ୍କିଂ ପ୍ରଦାନ କରାଯିବା ପରେ କିଟ୍‍ ବିଶ୍ବବିଦ୍ୟାଳୟ ଭାରତର ପ୍ରଥମ ‘କ୍ୟୁଏସ୍‍ ଫାଇଭ୍‍ ଷ୍ଟାର ରେଟେଡ୍‍’ ବିଶ୍ବବିଦ୍ୟାଳୟ ମାନ୍ୟତା ପ୍ରାପ୍ତ କରିଛି । କ୍ୟୁଏସ୍‍ ମାନଦଣ୍ଡର ସମସ୍ତ ବର୍ଗରେ କିଟକୁ ଫାଇଭ୍‍ ଷ୍ଟାର ପ୍ରଦାନ କରାଯାଇଛି ।

ଭାରତର ସର୍ବୋଚ୍ଚ ସ୍ଥାନରେ ‘କିଟ୍’

କ୍ୟୁଏସ୍‍ ୱାର୍ଲ୍ଡ ରାଙ୍କିଙ୍ଗରେ ବିଶ୍ବର ବିଭିନ୍ନ ବିଶ୍ବବିଦ୍ୟାଳୟ ଓ ଅନୁଷ୍ଠାନକୁ ବିଭିନ୍ନ ମାନଦଣ୍ଡରେ ମାନ୍ୟତା ପ୍ରଦାନ କରିଥାନ୍ତି । କ୍ୟୁଏସ୍‍ ୱାର୍ଲ୍ଡ ରାଙ୍କିଙ୍ଗ ‘ଷ୍ଟାର’ ମାନ୍ୟତା ମଧ୍ୟ ପ୍ରଦାନ କରିଥାଏ । ଏଥିରେ ଚଳିତବର୍ଷ ସମଗ୍ର ଭାରତରୁ କିଟ୍‍ ବିଶ୍ବବିଦ୍ୟାଳୟକୁ ସର୍ବୋଚ୍ଚ ମାନ୍ୟତା ଫାଇଭ୍‍ ଷ୍ଟାର ପ୍ରଦାନ କରାଯାଇଛି । କ୍ୟୁଏସ୍‍ ଫାଇଭ୍‍ ଷ୍ଟାର ମାନ୍ୟତା ପାଇବାରେ କିଟ୍‍ ଭାରତର ଏକମାତ୍ର ଅନୁଷ୍ଠାନ । କିଟ୍‍ ସମଗ୍ର ବିଶ୍ବରେ ନିଜର ଗୁଣାତ୍ମକ ଶିକ୍ଷାଦାନ ପାଇଁ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବାରୁ ବିଶ୍ବର ବିଭିନ୍ନ ସଂସ୍ଥା ଏହାକୁ ବିଭିନ୍ନ ମାନଦଣ୍ଡରେ ମୂଲ୍ୟାୟନ କରି ମାନ୍ୟତା ପ୍ରଦାନ କରିଥାନ୍ତି ।

କ୍ୟୁଏସ୍‍ ଇଣ୍ଟେଲିଜେନ୍ସବ ଶାଖା ଦ୍ବାରା କ୍ୟୁଏସ୍‍ ଷ୍ଟାର ରେଟିଂ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଥାଏ । ଅନ୍ତର୍ଜାତୀୟ ମାନଦଣ୍ଡ ଅନୁସାରେ ପ୍ରମୁଖ ପ୍ରଦର୍ଶନ ସୂଚକାଙ୍କ କ୍ଷେତ୍ରରେ ବିଶ୍ବର ବିଭିନ୍ନ ବିଶ୍ବବିଦ୍ୟାଳୟର ବିସ୍ତୃତ ମୂଲ୍ୟାୟନ କରାଯିବା ପରେ ଏହି ରାଙ୍କିଙ୍ଗ ପ୍ରଦାନ କରାଯାଇଥାଏ । ତେବେ ଏନେଇ ଖୁସି ବ୍ୟକ୍ତ କରିଛନ୍ତି କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ । ସେ କହିଛନ୍ତି, କିଟ୍‍ ତାର ଉତ୍କର୍ଷତା ଓ ବିବିଧତା ପାଇଁ କ୍ୟୁଏସ୍‍ ଷ୍ଟାର୍‍ ରେଟିଂ ସିଷ୍ଟମ୍‍ ଦ୍ବାରା ଭାରତରେ ପ୍ରଥମ ଥର ଲାଗି ଫାଇଭ୍‍ ଷ୍ଟାର ମାନ୍ୟତା ପାଇପାରିଛି । ଏହି ମାନ୍ୟତା ବଜାୟ ରଖିବା ପାଇଁ ଆମେ ଆମର ପ୍ରୟାସ ଜାରି ରଖିବୁ ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ABOUT THE AUTHOR

...view details