ଓଡିଶା

odisha

ETV Bharat / briefs

ଫନି ମାଡରେ କୂଳ ବେଉସା ହରାଇଲେ ନୋଳିଆ ସାହି ବାସିନ୍ଦା - FANI

ପୁରୀ ଜିଲ୍ଲା ଚନ୍ଦ୍ରଭାଗା ନୋଳିଆ ସାହିର ଗରିବ ମତ୍ସ୍ୟଜୀବି ଏବେ ନିଜ ସର୍ବସ୍ବ ହରାଇ ସରକାରୀ ସହାୟତା ଅପେକ୍ଷାରେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : May 9, 2019, 5:45 PM IST

ପୁରୀ: ସାମୁଦ୍ରିକ ଝଡ ଫନି ଯିବାର ଆଜିକୁ ସାତ ଦିନ ବିତିଗଲାଣି ହେଲେ ଯାଇ ନାହିଁ ଫନି ଦେଇଯାଇଥିବା ଯାତନା । ଫନିରେ କିଏ ନିଜ ସର୍ବସ୍ବ ହରାଇ ଭଗବାନ ଭରଷାରେ ତ କିଏ ନିଜ ପ୍ରିୟ ପରିଜନଙ୍କୁ ହରାଇ ମ୍ରିୟମାଣ । ବାତ୍ୟା ଫନି ଅନେକ ଲୋକଙ୍କ ଜୀବିକା ଛଡାଇ ନେଇଥିବା ବେଳେ ଏବେ ଫନି ବିପନ୍ନ ସରକାରଙ୍କ ସହାୟତା ଅପେକ୍ଷାରେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଚନ୍ଦ୍ରଭାଗା ନୋଳିଆ ସାହିର ବସ୍ତିବାସିନ୍ଦା ଫନି ଚୋଟରେ ଏମିତି କ୍ଷତବିକ୍ଷତ ଯେ ଆଜି ପର୍ଯ୍ୟନ୍ତ ଅଣ୍ଟା ସଳଖି ଛିଡା ହୋଇ ପାରି ନାହାଁନ୍ତି । ଏହି ଗରିବ ବସ୍ତି ବାସିନ୍ଦାଙ୍କ ଘର ସଂପୂର୍ଣ୍ଣ ରୂପେ ବାଲିଚର ହୋଇଯାଇଥିବା ବେଳେ ନିଜ କୌଳିକ ବୃତ୍ତି ପାଇଁ ବ୍ୟବହାର କରୁଥିବା ଡଙ୍ଗା, ମାଛ ଧରା ଜାଲ ଏବେ ପୁରା ନଷ୍ଟ ହୋଇଯାଇଛି । ସେପଟେ ଭୋକ ଉପାସରେ ଡହକ ବିକଳ ହେଉଥିବା ବେଳେ ଯାହା ରିଲିଫ ବାବଦରେ ରନ୍ଧା ଖାଦ୍ୟ ମିଳୁଛି ତାହାକୁ ଖାଇ ରହୁଛନ୍ତି । ଯଦି କୌଣସି ଗାଡି ନୋଳିଆ ସାହିକୁ ଆସିଲା ଲୋକେ ତୁରନ୍ତ ଧାଇଁ ଆସୁଛନ୍ତି କାଳେ ସରକାରୀ ବାବୁ ଆସିଥିବେ କିଛି ରିଲିଫ୍ ଦେବେ । ପୁରୀ ଜିଲ୍ଲା ଚନ୍ଦ୍ରଭାଗା ନୋଳିଆ ସାହିର ଏହି ଗରିବ ମତ୍ସ୍ୟଜୀବି ଏବେ ନିଜ ସର୍ବସ୍ବ ହରାଇ ସରକାରୀ ସହାୟତା ଅପେକ୍ଷାରେ ।

ସେପଟେ ପୁରୀ ମତ୍ସ୍ୟଜୀବି ସମାଜ ସଭାପତି ଉକ୍ତ ବସ୍ତିକୁ ପରିର୍ଦଶନରେ ଆସି ସମସ୍ତ ଫନି କ୍ଷତିଗ୍ରସ୍ତ ଲୋକଙ୍କୁ ଘର ଯୋଗାଇ ଦେବାକୁ ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି ।


ପୁରୀରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details