ପଣ୍ଡିଚେରୀ: କେନ୍ଦ୍ର ଶାସିତ ରାଜ୍ୟ ପୁଡୁଚେରୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ଡିଏମକେ ନେତା ଆର.ଭି. ଜାନକୀରମଣଙ୍କ ଆଜି 79 ବର୍ଷ ବୟସରେ ତାଙ୍କ ବାସ ଭବନରେ ମୃତ୍ୟୁ ହୋଇଛି ।
ପୁଡୁଚେରୀ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଦେହାନ୍ତ - farmer cm
ପୁଡୁଚେରୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ଡିଏମକେ ନେତା ଆର.ଭି. ଜାନକୀରମଣଙ୍କ ଦେହାନ୍ତ ।
![ପୁଡୁଚେରୀ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଦେହାନ୍ତ](https://etvbharatimages.akamaized.net/etvbharat/prod-images/768-512-3517432-thumbnail-3x2-nn.jpg)
ଫାଇଲ ଫଟୋ
ପୁଡୁଚେରୀର ନେଲ୍ଲୀଥୋପରୁ ପାଞ୍ଚ ବର୍ଷ ବିଧାୟକ ଥିବା ଆର.ଭି. ଜାନକୀରମଣ 26 ମେ1996ରୁ 18 ମାର୍ଚ୍ଚ 2000 ମସିହା ପର୍ଯ୍ୟନ୍ତ ସେ ପୁଡୁଚେରୀର ମୁଖ୍ୟମନ୍ତ୍ରୀ ଥିଲେ । ଏହାସହ 2001ରୁ 2006 ପର୍ଯ୍ୟନ୍ତ ପୁଡୁଚେରୀ ବିଧାନସଭାର ବିରୋଧୀ ଦଳ ନେତା ଥିଲେ ଆର.ଭି. ଜାନକୀରମଣ । ତାଙ୍କ ବିୟୋଗରେ ଅନେକ ବିଶିଷ୍ଟ ନେତା ଶୋକ ବ୍ୟକ୍ତ କରିଛନ୍ତି ।