ଓଡିଶା

odisha

ETV Bharat / briefs

ସେୟାର ମାର୍କେଟ: ଜାଣନ୍ତୁ କ'ଣ ରହିଛି କ୍ଷତି, କିପରି ମିଳିବ ଫାଇଦା - ସେୟାର ମାର୍କେଟ ଲାଭ

ସେୟାର ମାର୍କେଟରେ ଅନେକ ସମୟରେ ଅସ୍ଥିରତା ଦେଖାଯାଏ । କ୍ଷଣିକରେ ଏହା ନିବେଶକଙ୍କୁ ମାଲାମାଲ କରିପାରେ, ପୁଣି କ୍ଷଣିକ ମଧ୍ୟରେ ବଡ ଘାଟାରେ ମଧ୍ୟ ପକାଇପାରେ । ତେବେ ମାର୍କେଟ ଅସ୍ଥିରତାରୁ କିପରି ବର୍ତ୍ତିବେ ଏବଂ କ'ଣ ରହିଛି ଏହାର ଲାଭ-କ୍ଷତି ପଢନ୍ତୁ ବିସ୍ତୃତରେ

ସେୟାର ମାର୍କେଟ: ଜାଣନ୍ତୁ କ'ଣ ରହିଛି କ୍ଷତି, କିପରି ମିଳିବ ଫାଇଦା
ସେୟାର ମାର୍କେଟ: ଜାଣନ୍ତୁ କ'ଣ ରହିଛି କ୍ଷତି, କିପରି ମିଳିବ ଫାଇଦା

By

Published : May 13, 2022, 3:28 PM IST

ହାଇଦ୍ରାବାଦ:ଆଜିକାଲି ଯୁବପିଢୀ ସେୟାର ମାର୍କେଟରେ ନିବେଶ ପାଇଁ ବିଶେଷ ଆଗ୍ରହୀ ହେଉଛନ୍ତି । ଦିନକୁ ଦିନ ମାର୍କେଟ ପ୍ରତି ଚାହିଦା ବଢୁଛି । ସମସ୍ତେ ଜାଣନ୍ତି, ସେୟାର ମାର୍କେଟରେ ଅସ୍ଥିରତା ଏକ ସାଧାରଣ କଥା । ମାର୍କେଟରେ ହ୍ରାସ ବୃଦ୍ଧି ଲାଗି ରହିଥାଏ । ଗୋଟିଏ ମୁହୂର୍ତ୍ତରେ ଏହା ନିବେଶକଙ୍କୁ ମାଲାମାଲ କରିପାରେ, ପୁଣି ପର ମୁହୂର୍ତ୍ତରେ ବଡ ଘାଟାରେ ପକାଇପାରେ ମଧ୍ୟ । ଏହାସତ୍ତ୍ବେ ବି ଏହା ନିବେଶର ସର୍ବୋକୃଷ୍ଟ ବିକଳ୍ପ ଅଟେ । ମାର୍କେଟରେ ଏଣ୍ଟ୍ରି କରିବା ପୂର୍ବରୁ ପ୍ରଥମେ ନିବେଶକ ଏହା ସମ୍ପର୍କରେ ସମ୍ପୂର୍ଣ୍ଣ ଧାରଣା ରଖିବା ସଙ୍ଗେ ସଙ୍ଗେ ଅସ୍ଥିରତା ସହ ଖାପଖୁଆଇବା ପାଇଁ ନିଜକୁ ପ୍ରସ୍ତୁତ କରିବା ଆବଶ୍ୟକ । ନିବେଶ ପାଇଁ ଚିନ୍ତା କରିବା ବେଳେ ସେୟାର ବଜାର ସୂଚକାଙ୍କରେ ଉଭୟ ବୃଦ୍ଧି ଓ ହ୍ରାସର ମୁକାବିଲା ପାଇଁ ପ୍ରସ୍ତୁତ ରହିବା ଦରକାର । ତାହାହେଲେ ମାର୍କେଟରେ ଆପଣ ଫାଇଦା ପାଇପାରିବେ ।

ସେୟାର ମାର୍କେଟରେ ସବୁବେଳେ ଅସ୍ଥିରତା ଲାଗି ରହିନଥାଏ । ଏହା ନିବେଶକଙ୍କୁ ମୋଟା ଅଙ୍କର ମୁନାଫା କମାଇବାର ସୁଯୋଗ ଦେଇଥାଏ । ଯଦି ନିବେଶ ପାଇଁ ନିଷ୍ପତ୍ତି ନେଉଛନ୍ତି, ତାହାହେଲେ ମନେ ରଖିବେ ଯେ ବର୍ଷକୁ ବର୍ଷ ମାର୍କେଟରେ 10 ରୁ 20 ପ୍ରତିଶତ ଯାଏଁ ସଂଶୋଧନ କରିବାର ସମ୍ଭାବନା ରହିଛି । ଏହାଦ୍ବାରା କୌଣସି ସମସ୍ୟା ହୁଏ ନାହିଁ । ସବୁବେଳେ ନିଜ ନିବେଶର ହିସାବ ରଖନ୍ତୁ । ଯେପରି ଏଥିରେ ଅସାମନତା 80 ପ୍ରତିଶତରୁ ଅଧିକ ନ ହୁଏ ସେ ଦିଗରେ ଯତ୍ନବାନ ହୁଅନ୍ତୁ । ବଳକା ରାଶିକୁ ଡେବ୍ଟ ଫଣ୍ଡରେ ରଖନ୍ତୁ । ଏହା ଆପଣଙ୍କୁ ଅସ୍ଥାୟୀ ଅସ୍ଥିରତାର ମୁକାବିଲା କରିବାରେ ସାହାଯ୍ୟ କରିଥାଏ । ସବୁବେଳେ ନିଜ କ୍ଷତି ସହିବାର କ୍ଷମତା ଆଧାରରେ ହିଁ ଅର୍ଥ ନିବେଶ କରିବା ଗୁରୁତ୍ବପୂର୍ଣ୍ଣ ।

ବିଗତ ଦୁଇ ବର୍ଷରେ ସେୟାର ମାର୍କେଟରେ ଯଥେଷ୍ଟ ବୃଦ୍ଧି ଆସିଛି । ହେଲେ ବର୍ତ୍ତମାନ ମାର୍କେଟରେ ଖୁବ୍ ଅସ୍ଥିରତା ଲାଗି ରହିଛି । ମାର୍କେଟରେ ମାନ୍ଦାବସ୍ଥାର କଳା ବାଦଳ ଘୋଟିଯାଇଛି । କ୍ରମାଗତ 5 କିଛି ଦିନ ଧରି କାରବାର ଉପରେ ଚଡକ ପଡିଛି କହିଲେ ଚଳେ । କିନ୍ତୁ ସେୟାର ମାର୍କେଟରେ ସବୁବେଳେ ଅସ୍ଥିରତା ଲାଗି ରହିନଥାଏ । ତେଣୁ ସବୁବେଳେ ଭଲ ପ୍ରଦର୍ଶନ କରୁଥିବା କମ୍ପାନୀଗୁଡିକର ସେୟାରରେ ନିବେଶ କରିବା ପାଇଁ ଚେଷ୍ଟା କରନ୍ତୁ । ମନେକର, ଆସନ୍ତା ବର୍ଷ ଇକ୍ବିଟି ବଜାରରେ ଉନ୍ନତି ଆସିବା ନେଇ ଆଶା କରାଯାଉଛି ଏବଂ ବର୍ତ୍ତମାନ ଇକ୍ବିଟି ଇନଭେଷ୍ଟମେଣ୍ଟ ସକରାତ୍ମକ ରହିଛି । ଏହି ସମୟରେ ଆପଣ ନିଜର ନିବେଶ ଜାରି ରଖିବା ଉଚିତ୍ । ଯଦି ମାର୍କେଟ ପ୍ରଦର୍ଶନ ଭଲ ନଥାଏ ଏବଂ ଆଗକୁ ଏଥିରେ ବିପୁଳ କ୍ଷତି ହେବାର ଖବର ଆସେ, ତାହାହେଲେ ଏଥିରେ କେବେ ବି ଭୟଭୀତ ହୁଅନ୍ତୁ ନାହିଁ । ଯଦି ଷ୍ଟକ ଏକ୍ସଚେଞ୍ଜ ସୂଚକାଙ୍କରେ 10 ପ୍ରତିଶତ ଯାଏଁ ହ୍ରାସ ଆସେ ତେବେ ନିବେଶକୁ ଡେବ୍ଟରୁ ଇକ୍ବିଟିକୁ ଆଣିବା ଆବଶ୍ୟକ । ମାର୍କେଟରେ ବୃଦ୍ଧି ଆସିଲେ ଇକ୍ବିଟି ଅନୁପାତ ଅଧିକ ହୋଇଥାଏ ।

ସ୍ବଳ୍ପକାଳରେ ଇକ୍ବିଟି ବଜାର ପ୍ରଦର୍ଶନ ଆକଳନ କରିବା କଷ୍ଟକର ବ୍ୟାପର ଅଟେ । ସର୍ବଦା ନିଜ ଲକ୍ଷ୍ୟ ଆଧାରରେ ନିବେଶ କରନ୍ତୁ । ପ୍ରଥମେ ନିବେଶ ପାଇଁ ସମ୍ପୂର୍ଣ୍ଣ ଯୋଜନା ପ୍ରସ୍ତୁତ କରିବା ପରେ ହିଁ ଏହାକୁ କାର୍ଯ୍ୟକାରୀ କରନ୍ତୁ । ସେୟାର ମାର୍କେଟରେ ନିବେଶ କରିବା ସମୟରେ ନିଜର ଡର, ଲୋଭ, ଚିନ୍ତା ଆଦି ଭାବନାକୁ ନିୟନ୍ତ୍ରଣରେ ରଖିବା ଉଚିତ୍ ବୋଲି Funds India ରିସର୍ଚ୍ଚ ମୁଖ୍ୟ ଅରୁଣ କୁମାର କହିଛନ୍ତି ।

ABOUT THE AUTHOR

...view details